www.samajalive.in
Friday, December 5, 2025
26.1 C
Bhubaneswar

ନୂଆ ରଣନୀତିରେ ଭତ୍ତା ଟଙ୍କା ପ୍ରଦାନ ; ଧରାପଡିଲା ୪୯ ମୃତ ହିତାଧିକାରୀ ତାଲିକା

ହରଭଙ୍ଗା : ସରକାର ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ସୁବିଧା କରିଛନ୍ତି । ମାତ୍ର ବୌଦ୍ଧ ଜିଲ୍ଲାରେ ଭତ୍ତା ଟଙ୍କା ପ୍ରଦାନରେ ଅନିୟମିତତା ଏବଂ ଦୁର୍ନୀତିକୁ ଦୃଷ୍ଟିରେ ରଖି ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସଚନ୍ଦ୍ର ଦଣ୍ଡସେନା ଏକ ନୂଆ ରଣନୀତି ଆପଣେଇଛନ୍ତି। ହିତାଧିକାରୀଙ୍କ ପାଖରେ କିଭଳି ଭତ୍ତା ଟଙ୍କା ସୁବିଧାରେ ପଂହଚିବ ସେ ଦିଗରେ ଉପଜିଲ୍ଲାପାଳ ଏକ ସୁଚିନ୍ତିତ ପଦକ୍ଷେପ ପରେ ଭତ୍ତା ଟଙ୍କା ଦୁର୍ନୀତିରେ ସୁଧାର ଆସିବ ବୋଲି ବଡ ଆଭାସ ମିଳୁଛି ।ଯାହା ଫଳରେ ଗତ ଜୁଲାଇ ମାସରୁ ଉପଜିଲ୍ଲାପାଳଙ୍କ ନୂତନ ପଦକ୍ଷେପ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି। ପ୍ରତ୍ୟେକ ମାସର ୧୫ ତାରିଖ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ଏଥର ଗୋଟିଏ ପଂଚାୟତର ପିଇଓଙ୍କୁ ଅନ୍ୟ ପଂଚାୟତରେ ଭତ୍ତା ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଭତ୍ତା ବଣ୍ଟନ ପାଇଁ ପିଇଓ ମାନଙ୍କୁ ପଂଚାୟତସ୍ତରରେ ଅଦଳବଦଳ କରାଯାଇଥିଲା। ମାସର ୧୫ ରୁ ୧୮ ତାରିଖ ୪ଦିନ ପର୍ଯ୍ୟନ୍ତ ପଂଚାୟତ ମୁଖ୍ୟାଳୟରେ ହିତାଧିକାରୀଙ୍କୁ ସିଧାସଳଖ ଟଙ୍କା ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହିତାଧିକାରୀଙ୍କ ସର୍ମ୍ପକୀୟଙ୍କୁ କିମ୍ବା କୌଣସି ଥାର୍ଡପାର୍ଟୀକୁ ଭତ୍ତା ପ୍ରଦାନ ପାଇଁ କଡାକଡି ବାରଣ କରାଯାଇଥିଲା।୧୯ ରୁ୨୧ ତାରିଖ ପର୍ଯ୍ୟନ୍ତ ପଂଚାୟତ ମୁଖ୍ୟାଳୟଙ୍କୁ ଆସି ପାରୁନଥିବା ହିତାଧିକାରୀଙ୍କ ଘରେ ପଂହଚି ସେମାନଙ୍କୁ ସିଧାସଳଖ ଭତ୍ତା ଟଙ୍କା ପ୍ରଦାନ ପାଇଁ ପିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଶେଷରେ ବଳକା ଟଙ୍କାର ହିସାବ ସହିତ ପ୍ରତି ମାସର ମୃତ ହିତାଧିକାରୀଙ୍କ ସଂଖ୍ୟା ବିଷୟରେ ରିପୋର୍ଟ କରାଯିବାକୁ ନିର୍ଦ୍ଦେଶ ରହିଥିଲା। ଗତ ମାସରେ ହିତାଧିକାରୀଙ୍କୁ ଉପଜିଲ୍ଲାପାଳଙ୍କ ନୂଆ ରଣନୀତିରେ ଭତ୍ତା ଟଙ୍କା ପ୍ରଦାନ ପରେ ହରଭଙ୍ଗା ବ୍ଲକରେ ୪୯ ଜଣ ମୃତ ଭତ୍ତା ହିତାଧିକାରୀ ରହିଥିବା ଜଣାପଡିଛି। ଉପଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ ପରେ ପୂର୍ବରୁ ମୃତ ଭତ୍ତା ହିତାଧିକାରୀଙ୍କ ଟଙ୍କା ହଡପ ଉପରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ଦୁର୍ନୀତିଖୋରଙ୍କ ଉପରେ ବଡଛାଟ ବାଜିଛି। ଉପଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି। ଏ ସର୍ମ୍ପକରେ ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ପଚାରିବାରୁ ଭତ୍ତା ଅନିୟମିତତା ସର୍ମ୍ପକରେ ବାରମ୍ବାର ଅଭିଯୋଗ ଆମ ଦୃଷ୍ଟିଗୋଚର ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ନିହାତି ସୁଧାର ଆସିଛି । ମଧୁବାବୁ ପେନସନ ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାରେ କେବେ ଭତ୍ତା ଦିଆଯିବ ପଚାରିବାରୁ ସେ କହିଲେ ବୃଦ୍ଧ, ବୃଦ୍ଧା ବ୍ୟାଙ୍କକୁ ଭତ୍ତା ଟଙ୍କା ଗ୍ରହଣରେ ଅସୁବିଧା ଭୋଗୁଥିବାରୁ ସରକାର ସିଧାସଳଖ ଟଙ୍କା ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏଥର ଭତ୍ତା ଟଙ୍କା ବୃଦ୍ଧି ଯୋଗୁଁ ବହୁତ ଶୀଘ୍ର ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କା ପ୍ରଦାନ ଦିଗରେ ସରକାରୀ ନିଷ୍ପତିକୁ ଆମେ ଅନାଇ ବସିଛୁ । ନିର୍ଦ୍ଦେଶ ଆସିଲେ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ।

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରି..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories