କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର-ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷର +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି। ଅନୁଷ୍ଠିତ ଉତ୍ସବରେ ଅଧ୍ୟାପକଅଧ୍ୟାପିକା ମାନେ ଶିକ୍ଷା ଅଧିକାର ସମ୍ବନ୍ଧରେ କହିଥିଲେ। ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।
Popular Categories



