www.samajalive.in
Saturday, December 6, 2025
15.1 C
Bhubaneswar

ଭିଡିଓରେ ଦେଖନ୍ତୁ ପ୍ରକୃତିର ତାଣ୍ଡବ, ଭାସି ଯାଉଛି କୋଠା, ଶିମଲାରେ ୪୦ ନିଖୋଜ..

ଶିମଲା : ହିମାଚଳ ପ୍ରଦେଶରେ ଗୋଟିଏ ପରେ ଗୋଟିଏ ୩ଟି ସ୍ଥାନରେ ବାଦଲ ଫାଟିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ପ୍ରାୟ ୪୦ ଜଣ ନିଖୋଜ ରହିଥିବା ବେଳେ ଜଣଙ୍କ ମୃତଦେହ ଜବତ ହୋଇଛି । ବାଦଲ ଫାଟିବା କାରଣରୁ ହିମାଚଳର କୁଲ୍ଲୁ,ମଣ୍ଡି ଓ ଶିମଲାରେ ପ୍ରକୃତିର ତାଣ୍ଡବ ଦେଖାଯାଇଛି । ଫଳରେ ଅନେକ କୋଠା ଘର, ସ୍କୁଲ ଓ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି । ୩ଟି ସ୍ଥାନରୁ ୪୦ ଜଣ ନିଖୋଜ ଥିବା ବେଳେ ୩୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବାଦଲ ଫାଟିବା ପରେ ମଣ୍ଡିର ଅଧିକାଂଶ ସ୍ଥାନରେ ସ୍କୁଲ, ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଯାଇଛି ।

- Advertisement -


ପାଣିପାଗ ବିଭାଗ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଅଗଷ୍ଟ ୬ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି । ବର୍ଷା ପାଇଁ ୪୮ଟି ରାସ୍ତା ବନ୍ଦ ହୋଇ ଯାଇଥିବା ବେଳେ ବିଜୁଳି ସେବା ମଧ୍ୟ ପ୍ରଭାବିତ ହୋଇଛି ।
କୁଲ୍ଲୁରେ ମଣିକରଣରେ ଥିବା ପନି ପରିବାର ମାର୍କେଟର କୋଠା ପାଣିରେ ଭାସି ଯାଇଛି । ଭାସି ଯାଉଥିବା କୋଠାର ଭିଡିଓ ମଧ୍ୟ ଏବେ ଭାଇରାଲ ହେଉଛି । ଭିଡିଓରେ ସେହି ସମୟର ଛାତିଥରା ଦୃଶ୍ୟକୁ ଦେଖିପାରିବେ । କୋଠାଟି ସମ୍ପୂର୍ଣ୍ଣ ପାଣିରେ ଭାସି ଯାଇଛି । ପ୍ରବଳ ବର୍ଷା ମଧ୍ୟ ଲାଗି ରହିଛି ।

ଏହା ପୂର୍ବରୁ ଗତ ମଙ୍ଗଳବାର ମଧ୍ୟ କୁଲ୍ଲୁରେ ବାଦଲ ଫଟା ଘଟଣା ସାମ୍ନାକୁ ଆସିଥିଲା । ବାଦଲ ଫାଟିବା କାରଣରୁ ପାଦ ଚଲା ପୋଲ ସହ ଅନେକ ଝୁମ୍ପୁଡି ଘର ମଧ୍ୟ ଭାସି ଯାଇଛି ।

ହିମାଚଳର ମଣ୍ଡିରେ ମଧ୍ୟ ବାଦଲ ଫାଟିବା କାରଣରୁୁ ସ୍ଥିତି ବିଗିଡିବା ସହ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ପାଣିର ପ୍ରବଳ ସ୍ରୋତରେ ୧୧ ଜଣ ଭାସି ଯାଇଛନ୍ତି । ହିମାଚଳ ପ୍ରଦେଶର ଅନେକ ଜିଲାରେ ପାଣିପାଗ ବିଭାଗ ଦ୍ୱାରା ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories