କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ : ଗୁରୁବାର ରାଶିଫଳ
ମେଷ: ଆଧ୍ୟାତ୍ମବାଦୀ ହେବେ। ନମ୍ରତାର ପ୍ରତୀକ ହୋଇପାରନ୍ତି। ଆର୍ଯ୍ୟ ଶ୍ରେଷ୍ଠ ଭାବେ ସମ୍ବୋଧିତ ହେବେ। ଆର୍ଥିକ ସ୍ଥିତିର ଉନ୍ନତି ଘଟିବ। ଅଶାନ୍ତି ଦୂର ହେବ। ସରକାରଙ୍କ ଦ୍ବାରା ଲାଭବାନ୍ ହେବେ।
ବୃଷ: ସତ୍ସଙ୍ଗରୁ ମିଳିବ ଶାନ୍ତି ଓ ତୃପ୍ତିର ସୂତ୍ର। ପ୍ରତ୍ୟେକ କାର୍ଯ୍ୟ ଫଳପ୍ରସୂ ହେବ। ଆପଣଙ୍କ କୀର୍ତ୍ତିର ସୀମା ନିର୍ଣ୍ଣୟ କରିହେବ ନାହିଁ। ମତିମାନ୍ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ତ୍ୟାଗଶୀଳ ଓ ସହିଷ୍ଣୁୁ ହେବେ।
ମିଥୁନ: ବ୍ୟକ୍ତିତ୍ବର ସ୍ବାତନ୍ତ୍ର୍ୟତା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ। ପୁଣ୍ୟକର୍ମା ହେବେ। ପାପ ପରିହରକ ହୋଇପାରନ୍ତି। ଭୋଜନ ତୃପ୍ତିଦାୟକ ହେବ। ରୋଜଗାର ଆଶାନୁରୂପ ହୋଇପାରେ।
କର୍କଟ:ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। କର୍ମଚଞ୍ଚଳ ରହିବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ପରୋପକାର କରି କୃପାନିଧାନଙ୍କ କୃପା ପାତ୍ର ହେବେ। ଜ୍ଞାନୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ।
ସିଂହ: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ଆପଣଙ୍କ ପାଇଁ ଦିନଟି ଶିବମୟ ହୋଇପାରେ। ସରକାରୀ କୃପା ଲାଭ କରିପାରନ୍ତି। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ।
କନ୍ୟା:ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି। ନିଜ ପ୍ରତି କଠୋର ହେଉଥିବାବେଳେ ଅନ୍ୟମାନଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ଓ କୋମଳ ମନୋଭାବର ହେବେ। କୃଚ୍ଛ୍ର ସାଧନାରେ ଦିବ୍ୟଶକ୍ତିସମ୍ପନ୍ନ ହୋଇପାରନ୍ତି।
ତୁଳା: ଦିବ୍ୟ ଚେତନାପ୍ରାପ୍ତ ହେବେ। ସମର୍ପିତ ଜୀବନଯାପନ କରିବେ। ଅଭିମାନୀ ଓ ପ୍ରୟାସୀ ହୋଇପାରନ୍ତି। ସପତ୍ନୀକ ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ସହକର୍ମୀଙ୍କ ସହ ମିଳି କ୍ଷମତା ଲାଭ କରିବେ।
ବିଛା: ଅସୁବିଧାକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ଗୋଧୂଳି ଲଗ୍ନରେ କାର୍ଯ୍ୟ ଆରମ୍ଭ କଲେ ସମସ୍ତ କଳ୍ମଷ ଦୂର ହେବ। ଧର୍ମାନୁରାଗୀ ହେବେ। ସାରାଦିନ ସତର୍କତାର ସହ ଚଳିବେ।
ଧନୁ: ଆଭା, ପ୍ରଭା, ପ୍ରତିଭାର ନିଦର୍ଶନ ହେବେ। କାର୍ଯ୍ୟ ଧାରାରେ ଆପଣଙ୍କ ପ୍ରତି ପଦକ୍ଷେପ ପ୍ରଶଂସନୀୟ ହେବ। ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ଦାନଶୀଳ ମନୋଭାବର ହେବେ।
ମକର: ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇ ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକୁ ଲୋକଲୋଚନକୁ ଆଣି ପାରନ୍ତି। ଭାବନାର ଉଚ୍ଚତମ ଶିଖର ହେଉଛି ଭ୍ରାତୃପ୍ରେମ ସମ୍ପନ୍ନ ହେବେ।
କୁମ୍ଭ:ସଂକଳ୍ପବାନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜ୍ଞାନର ଅବତରଣ କଲେ ଶାନ୍ତିର ସନ୍ଧାନ ପାଇବେ। ଆଶାବାଦୀଭାବେ ମନ ପ୍ରଫୁଲ୍ଲ ରହିବ। ଆତ୍ମବିଶ୍ବାସ ଓ ଅବିରଳ ଅଧ୍ୟବସାୟ ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବ।
ମୀନ: ଶ୍ରମ ସାର୍ଥକ ହେବ। ସତ୍ୟ ଧର୍ମ ପରାୟଣ ହେବେ। ଆପଣଙ୍କ ଯାହାଙ୍କୁ ଭଲ ପାଆନ୍ତି ତାଙ୍କୁ ଭଲ ବାଟକୁ ଆଣିବାକୁ ଚେଷ୍ଟା କରିବେ। ଯାନବାହନ ସୁଖ ମିଳିବ। ସେବା ଓ ମମତାର ପ୍ରତୀକ ହେବେ।
Comments are closed.