www.samajalive.in
Saturday, December 6, 2025
19.1 C
Bhubaneswar

ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..

ଖାଦ୍ୟ ଓ ପାନୀୟରେ ଅନେକ ଜିନିଷ ମିଶ୍ରଣ ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ନକଲି ଚାଉଳ, ଅଣ୍ଡା ଓ କେମିକାଲ ମିଶ୍ରିତ ପନିପରିବା ବିଷୟରେ ନିଶ୍ଚୟ ଶୁଣି ଥିବେ । ଏସବୁ ଖାଦ୍ୟ ବିଷୟରେ ତ ଜାଣିଥିବେ ମାତ୍ର ବଜାରରେ ଏବେ ନକଲି ଅଟା ମିଳୁଛି, ଏହା ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏକ ପ୍ରକାର ପଥରକୁ ଗୁଣ୍ଡ କରି ପ୍ରସ୍ତୁତ କରାଯାଉଛି ନକଲି ଅଟା ।
କିଛି ଲୋକେ ଲାଭ ପାଇବା ପାଇଁ ନକଲି ଖାଦ୍ୟ,ପାନୀୟ ପ୍ରସ୍ତୁତ କରୁଛନ୍ତି । ଏହାକୁ ବଜାରରେ ବିକ୍ରି କରିବା ଫଳରେ ଲୋକେ ଏହାକୁ ସେବନ କରି ରୋଗଗ୍ରସ୍ତ ହେଉଛନ୍ତି ।

ଶୁକ୍ରଙ୍କ ୨ ଥର ଚଳନ ; ଅଗଷ୍ଟରେ ଖୁବ୍‌ ଚମକିବ ଏହି ରାଶିଙ୍କ ଭାଗ୍ୟ, ହଠାତ୍‌ ମିଳିବ ଚାକିରି,ଧନ..

- Advertisement -

ନିକଟରେ ଅଲୀଗଡରୁ ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିଲେ ଦେଖାଯାଇଛି, ଏକ ଅଟା ଫ୍ୟାକ୍ଟ୍ରିରେ ଅଟାରେ ଚକଖଡି ମିଶା ଯାଉଛି । ଚକଖଡି ଏକ ପ୍ରକାର ପଥରରୁ ତିଆରି । ଯାହାକୁ ପେଷି ଅଟାରେ ମିଶା ଯାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସଭିଁଙ୍କୁ ଚିନ୍ତିତ କରି ଦେଇଛି । ଏହା ଏପରି ଭାବେ ମିଶ୍ରଣ କରାଯାଉଛି ଯେ ଖାଇବା ପରେ କିଛି ମଧ୍ୟ ଜଣାପଡୁ ନାହିଁ । ତେବେ ଆପଣ ଖାଉଥିବା ଅଟା କି ନକଲି କିଭଳି ଜାଣିବେ?

ଚକଖଡି ମିଶ୍ରିତ ଅଟା ଖାଇବା ଦ୍ୱାରା ଅନ୍ତନଳୀ,ବୃକକ ଓ ଯକୃତ ଉପରେ କୁପ୍ରଭାବ ପଡିଥାଏ । ମାରାତ୍ମକ ରୋଗର କାରଣ ପାଲଟିଥାଏ । ପେଟରେ ଷ୍ଟୋନ୍‌ ଜନିତ ସମସ୍ୟା ମଧ୍ୟ ହୋଇଥାଏ ।

ଏମିତି ଚିହ୍ନନ୍ତୁ ନକଲି ଅଟା..
ଏଫଏସଏସଏଆଇ ଅନୁସାରେ ଏକ କାଚ ଗ୍ଲାସରେ ପାଣି ନିଅନ୍ତୁ ।
ପାଣିରେ ଏକ ଚାମଚ ଅଟା ପକାନ୍ତୁ ।
ଶୁଦ୍ଧ ଅଟା ପାଣିରେ ପଡିବା ପରେ ଏଥିରେ ଅଟାର ଅତିରିକ୍ତ ସ୍ତର ପଡିବ ନାହିଁ । ମାତ୍ର ମିଶ୍ରିତ ଅଟାରେ ଅନେକ ସ୍ତର ଦେଖାଯିବ।

ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories