www.samajalive.in
Saturday, December 6, 2025
26.1 C
Bhubaneswar

ପିଆଜର ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ପିଆଜର ବ୍ୟବହାର ପ୍ରାୟ ସମସ୍ତ ଖାଦ୍ୟରେ କରାଯାଇଥାଏ। ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କଞ୍ଚା ପିଆଜ ଖାଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ ପିଆଜ ଖାଇବା ଦ୍ବାରା ପାଟି ଦୁର୍ଗନ୍ଧ ହୋଇଥାଏ। ପିଆଜରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହାସହ ପିଆଜରେ ଭିଟାମିନ, ଫଲିକ ଏସିଡ ଓ ଫାଇବର ରହିଛି। ପିଆଜ ଖାଇବା ପରେ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ଅନେକ ଘରୋଇ ଉପାୟ ରହିଛି। ସେହି ଘରୋଇ ଉପାୟ ଦ୍ବାରା ମୁହଁର ଦୁର୍ଗନ୍ଧ ଦୂର ହେବା ସହ ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ଗୁଡିକ କ’ଣ ..

କ୍ଷୀର :

- Advertisement -

କ୍ଷୀରରେ ଫ୍ୟାଟ ଅଂଶ ରହିଛି। ପିଆଜ ଖାଇବା ଦ୍ବାରା ମୁହଁ ଦୁର୍ଗନ୍ଧରୁ ରକ୍ଷା କରିବା ପାଇଁ କ୍ଷୀରର ବ୍ୟବହାର କରିବା ଉଚିତ। ତେଣୁ ପିଆଜ ଖାଇବା ପରେ କ୍ଷୀରରେ କୁଳୁ କରନ୍ତୁ। ଏପରି କରିବା ଦ୍ବାରା ପିଆଜ ଦୁର୍ଗନ୍ଧରୁ ରକ୍ଷା ପାଇପାରିବେ।

ପୁଦିନା :

ପୁଦିନାରେ କ୍ଲୋରୋଫିଲ ରହିଛି। ଏହା ମୁହଁରେ ଥିବା ବ୍ୟାକ୍ଟେରିଆ ଦୂର କରିବା ସହ ପିଆଜର ଦୁର୍ଗନ୍ଧରୁ ରକ୍ଷା କରିଥାଏ। ତେଣୁ ପିଆଜ ଖାଇବା ପରେ ପୁଦିନା ପତ୍ରର ଜୁସ କିମ୍ବା ପୁଦିନା ପତ୍ର ଚୋବାଇ ଖାଆନ୍ତୁ। ଏପରି କରିବା ଦ୍ବାରା ମୁହଁ ଦୁର୍ଗନ୍ଧ ଦୂର ହୋଇଥାଏ।

ଲେମ୍ବୁ :

ଲେମ୍ବୁରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ପିଆଜର ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ଏହାସହ ମୁହଁରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ତେଣୁ ଖାଦ୍ୟ ଖାଇବା ପରେ କିମ୍ବା ପିଆଜ ଖାଇ ସାରିବା ପରେ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories