www.samajalive.in
Thursday, December 11, 2025
14.1 C
Bhubaneswar

ଭିତରଝୋଲାରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା

କଲ୍ୟାଣସିଂହପୁର:ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ଗ୍ରାମ ପଞ୍ଚାୟତ ଅଧିନସ୍ତ ଭିତରଝୋଲା ଗ୍ରାମ ଠାରେ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି। ଗ୍ରାମରେ ୮ଟି ପରିବାରରେ ପ୍ରାୟ ୨୫ଜଣ ବସବାସ କରୁଥିବାବେଳେ ଗ୍ରାମରେ ଗୋଟିଏ  ନଳକୂପ ରହିଛି। ତାହାମଧ୍ୟ କିଛିଦିନ ହେଲା ଅଚଳ ହୋଇ ପଡିଥିଲା। ତାହାକୁ ମରାମତି କଲାପରେ ୪ ଜଣ ନଳକୂପ  ହେଣ୍ଡଲକୁ ଧରି ମାରିଲେ ଗୋଟାଏ ହାଣ୍ଡିପାଣି ବାହାରିବାକୁ ପ୍ରାୟ ୧୦ ମିନିଟ ରୁ ୧୫ ମିନିଟ ସମୟ ଲାଗୁଛି। ସେହି ପାନୀୟ ଜଳ କିଛି ସମୟ ରଖିଲେ ଧିରେ ଧିରେ ପାଣିର ରୂପ ନାଲି ରଙ୍ଗରେ ପରିଣତ ହେଉଛି ବୋଲି ପ୍ରକାଶ କରିଛନ୍ତି।
ସେହି ନଳକୂପ ର ପାଣିକୁ ଛୋଟ ଶିଶୁ,ଗ୍ରାମର ବୃଦ୍ଧ ବୃଦ୍ଧା ଗର୍ଭବତୀ ମହିଳା ଏବଂ ଘରୋଇ ବ୍ୟବହାର କଲେ  ବିଭିନ୍ନ ପ୍ରକାର ରୋଗରେ  ଆକ୍ରାନ୍ତ ହେବାକୁ ପଡୁଛି। ବର୍ଷା ଦିନରେ ଅଧିକ ମାତ୍ରାରେ ଦୁର୍ଘନ୍ଧ ଯୁକ୍ତ କାଦୁଅ ପାଣି ବାହାରୁଛି। ଆମ ଗ୍ରାମକୁ  ପାନୀୟ ଜଳ ଜଗାଣ ଅଧିକାରୀ ମଧ୍ୟ ଦୃଷ୍ଟି ଦେଉନଥିବା ରୁ ବାଧ୍ୟହୋଇ ସେହି ଜଳକୁ ହିଁ ବ୍ୟବହାର କରୁଛୁ। କିଛି ଦିନ ହେବ ଗାଁ ନଳକୂପ ଖରାପ ଥିବା ଯୋଗୁଁ ପାଖରେଥିବା ପଥର କ୍ରସର ଅଫିସ ଠାରୁ ପିଇବା ପାଇଁ ଓ ଘରୋଇ ବ୍ୟବହାର ପାଇଁ କିଛିଦିନ ପାଣି ଦେଉଥିଲେ। ପୁଣି କିଛିଦିନ ହେଲା ଠିକ ଭାବରେ  ପାଣି ଦେଉନାହାନ୍ତି  ହେଲେ ଏହି ପାନୀୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛୁ।
ପାନୀୟ ଜଳର  ସମସ୍ୟା ବିଷୟରେ ଆମ ପଞ୍ଚାୟତ ର ସରପଞ୍ଚଙ୍କୁ ଓ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କୁ ମଧ୍ୟ କିଛି ମାସ ହେବ ଜଣେଇଥିଲୁ। ସେମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି କି କର୍ଣ୍ଣପାତ କରୁନାହାନ୍ତି। ଗ୍ରାମର ମୁଖିଆ କହିଛନ୍ତି ଆମ ଗ୍ରାମରେ ନୂତନ ନଳକୂପ ତିଆରି କଲେ ବିଶୁଦ୍ଧ ପାନୀୟ ଜଳ ପାଇପାରିଥାନ୍ତୁ। ତହିଁରୁ ଗ୍ରାମବାସୀ ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର କରି ସୁସ୍ଥ ସବଳ ହୋଇ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇଥାନ୍ତୁ ବୋଲି ଗ୍ରାମର ପାଲାଇ ମିଣିଆକା, ଲକି ମେଲେକା , ମମିତା ମିଣିଆକା ପ୍ରମୁଖ କହିଛନ୍ତି।ଏଣୁ କଲ୍ୟାଣ ସିଂହପୁର ପାନୀୟ ଜଳ ଯୋଗାଣ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ନିମନ୍ତେ ଗ୍ରାମବାସି ଦାବି ରଖିଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories