www.samajalive.in
Monday, December 8, 2025
13.1 C
Bhubaneswar

ଉଦଣ୍ଡୀ ନାଳରେ ବନ୍ୟାପାଣି, ମାରଡା ଗାଁକୁ ଯୋଗାଯୋଗ ବିଛିନ୍ନ

ହରଭଙ୍ଗା:  ହୀରାକୁଦ ଡ୍ୟାମରୁ ୨୦ ଗୋଟି ଗେଟ ସାହାଯ୍ୟରେ ବନ୍ୟାଜଳ ନିଷ୍କାସନ ପରେ ବି ମହାନଦୀର ତଳମୁଣ୍ଡରେ ବନ୍ୟାସ୍ଥିତି ନାହିଁ। ମାତ୍ର ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ରହିଥିବା ଉଦଣ୍ଡୀନାଳରେ ଗତ ସୋମବାର ସଂନ୍ଧ୍ୟାରୁ ୧୦ ଫୁଟ ଉଚ୍ଚରେ ବନ୍ୟାପାଣି ଯୋଗୁଁ ଏହି ପଂଚାୟତରେ ଆଦିବାସୀବହୁଳ ମାରଡା ଗାଁ କୁ ଦୁଇଦିନ ହେଲା ଯୋଗାଯୋଗ ବିଛିନ୍ନ ରହିଛି। ସମ୍ପ୍ରତି ମହାନଦୀରେ ବନ୍ୟାସ୍ଥିତି ନଥିବା ବେଳେ ଆସନ୍ତାକାଲି ସୁଦ୍ଧା ନାଳ ଉପରୁ ବନ୍ୟାପାଣି ହଟିଯିବା ଆଶା କରାଯାଉଛି।ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମାରଡା ଗାଁ ଲୋକଙ୍କୁ ରାସନ ସାମଗ୍ରୀ ଆଗରୁ ଯୋଗାଇଦିଆଯାଇଥିବା ହରଭଙ୍ଗା ବିଡିଓ ଶରତ କୁମାର ସେଠୀ କହିଛନ୍ତି। ଅନ୍ୟପଟେ ନାଳରେ ବନ୍ୟାପାଣି ଯୋଗୁଁ ଲୋକେ ତେଲ,ଲୁଣ ସଂଗ୍ରହରୁ ବଂଚିତ ହେବା ସହିତ ଜରୁରୀ ପରିସ୍ଥିତିରେ ମେଡିକାଲ ପଂହଚିବା କଷ୍ଟକର।ଏଣୁ ଗାଁ ଲୋକଙ୍କ ନିକଟରେ ଔଷଧ ପତ୍ର ପଂହଚାଇବା ଦିଗରେ ଜିଲ୍ଲାପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories