ରାସ୍ତା ପାଲଟିଛି ମରଣଯନ୍ତା: ସ୍ଥାୟୀ ସମାଧାନ ଦାବି
ଏମ.ରାମପୁର : କଳାହାଣ୍ଡି ଜିଲ୍ଲା ଏମ.ରାମପୁର ସହରର ଦୁଇଟି ସ୍ଥାନରେ ରାସ୍ତା ପାଲଟିଛି ମରଣଯନ୍ତା । ଏମ.ରାମପୁର ସହରର ପୂର୍ତ୍ତ ବିଭାଗ ରାସ୍ତା ପୁୁରୁଣା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ଓ ବ୍ରାହ୍ମଣପଡା ନିକଟରେ ବିରାଟ ଖାଲ ସୃଷ୍ଟି ହୋଇଛି। ବର୍ଷା ଦିନେ ସେହି ଖାଲରେ ପାଣି ଜମୁଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଜନସାଧାରଣ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବର୍ଷା ହେବା ଫଳରେ ଉକ୍ତ ଖାଲ ଗୁଡ଼ିକରେ ପାଣି ଭର୍ତ୍ତି ହୋଇଥିବା କାରଣରୁ କେବଳ ଜନ ସାଧାରଣ ନୁହଁନ୍ତି, ଉକ୍ତ ରାସ୍ତା ଦେଇ ସ୍କୁଲକୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଶ୍ରୀ ଚକ୍ରଧର ବେହେରାଙ୍କୁ ପଚାରିବାରୁ ଦୁଇଦିନ ମଧ୍ୟରେ ସବୁ ଖାଲ ମରାମତି କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେବେ ପୂର୍ତ୍ତ ବିଭାଗ ତୁରନ୍ତ ଏହି ସ୍ଥାନ ଗୁଡ଼ିକର ସ୍ଥାୟୀ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।
Comments are closed.