www.samajalive.in
Friday, December 5, 2025
17.1 C
Bhubaneswar

ସରପଞ୍ଚଙ୍କୁ ହତ୍ୟା ଧମକ ଅଭିଯୋଗ

ନୟାଗଡ : ନୟାଗଡ ଜିଲା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଘର ଆଗରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପାର୍ସଲ ସହ ହତ୍ୟା ଧମକ ଲେଖାଥିବା ଚିଠି ଦେଖିବାକୁ ମିଳିଛି। ଏହି ସମ୍ପର୍କରେ ସୌମ୍ୟରଞ୍ଜନ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ସୌମ୍ୟରଞ୍ଜନ ଦର୍ଶାଇଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଏକ ଧମକପୂର୍ଣ୍ଣ ଚିଠି ଓ ପାର୍ସଲ ତାଙ୍କ ଘର ଆଗରେ ରଖି ଦେଇଯାଇଥିଲେ। ଚିଠିରେ ପ୍ରେରକଙ୍କ ନାମ ସ୍ଥାନରେ ବୋଦାପଡା ଗ୍ରାମବାସୀ ବୋଲି ଉଲ୍ଲେଖ ରହିଛି। ପିଠା ଯୋଜନାକୁ କେନ୍ଦ୍ର କରି ଏହି ଚିଠି ଲେଖା ଯାଇଥିବା ଓ ସେଥିରେ ବିଧାୟକ ଅରୁଣ ସାହୁଙ୍କର ନାମ ନିଆଯାଇଥିବା ସୌମ୍ୟରଞ୍ଜନ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ପାର୍ସଲରେ ବିସ୍ଫୋରକ ଥିବା ଆଶଙ୍କା କରାଯାଇଛି। ଏହି ଘଟଣା ପଛରେ ସୌମ୍ୟରଞ୍ଜନ ଛଅଜଣ ବ୍ୟକ୍ତିଙ୍କ ହାତ ଥିବା କଥା ଉଲ୍ଲେଖ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଆସି ଚିଠି ଓ ପାର୍ସଲକୁ ନେଇ ଯାଇଥିବା ଜଣାପଡିଛି। ଯଦି ତାଙ୍କର କିମ୍ବା ପରିବାର ଲୋକଙ୍କର କୌଣସି କ୍ଷତି ହୁଏ ତେବେ ଏତଲାରେ ଦର୍ଶାଯାଇଥିବା ବ୍ୟକ୍ତି ଓ ବିଧାୟକ ଦାୟୀ ରହିବେ ବୋଲି ସୌମ୍ୟରଞ୍ଜନ କହିଛନ୍ତି। ଏହାସହ ସୌମ୍ୟରଞ୍ଜନ ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସେ ପୁଲିସ ନିକଟରେ କହିଛନ୍ତି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories