www.samajalive.in
Friday, December 5, 2025
27.1 C
Bhubaneswar

ଉଜ୍ୱଳ ଓ କୋମଳ ତ୍ୱଚା ପାଇଁ ଇଚ୍ଛୁକ କି ? ଆପଣାନ୍ତୁ ଏହି ଉପାୟ

ସୁନ୍ଦର ଓ କୌଣସି ଦାଗ ନଥିବା ମୁହଁ ସଭିଏଁ ଇଚ୍ଛା କରିଥାଆନ୍ତି। ଏଥିପାଇଁ ମୁହଁର ଠିକ ଭାବେ ଯତ୍ନ ନେବା ଆବଶ୍ୟକ। ମୁହଁର ବ୍ରଣ, କଳା ଦାଗ ଆଦିକୁ ଦୂର କରିବା ଆବଶ୍ୟକ ଅଟେ। ଏହି ସମସ୍ତ କାରଣରୁ ହିଁ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେମିକାଲ ଯୁକ୍ତ ବହୁ କ୍ରିମର ବ୍ୟବହାର କରିଥାଆନ୍ତି। ମାତ୍ର ଏଥିରେ ଥିବା କେମିକାଲ ମୁହଁ ପାଇଁ କ୍ଷତିକାରକ ଅଟେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କ୍ଷୀର ଓ ମହୁର ବ୍ୟବହାର ଖୁବ ଉତ୍ତମ ଅଟେ।
ବ୍ରଣର ଦାଗ ଦୂର କରିଥାଏ –
କ୍ଷୀର ଓ ମହୁରେ ଥିବା ପୋଷକ ତତ୍ତ୍ୱ ବ୍ରଣ କାରଣରୁ ମୁହଁରେ ହୋଇଥିବା ଦାଗକୁ ଦୂର କରିଥାଏ। ଏହା ମୁହଁକୁ ପୋଷଣ ମଧ୍ୟ ପ୍ରଦାନ କରିଥାଏ। ୨ଚାମଚ କ୍ଷୀରରେ ଅଳ୍ପ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୩୦ ମିନିଟ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ୩ ଦିନକୁ ଥରେ ଲଗାଇବା ଦ୍ୱାରା ଲାଭଦାୟକ ହୋଇଥାଏ।
ବୟସ ବୃଦ୍ଧିର ଲକ୍ଷଣକୁ କମ କରିଥାଏ –
କ୍ଷୀର ଓ ଦହିରେ ଆଣ୍ଟିବ୍ୟାକ୍ଟରିଅଲ ଗୁଣ ରହିଛି। ତେଣୁ ଏହାକୁ ଲଗାଇବା ଦ୍ୱାରା ମୁହଁରେ କୁଞ୍ଚନ ଆସିନଥାଏ। ମୁହଁର ଚମକ ବଢାଇଥାଏ।
କଳାଦାଗ ଦୂର କରେ –
କ୍ଷୀର ଓ ଦହିରେ ଥିବା ପୋଷକ ତତ୍ତ୍ୱ ଆଖିତଳର କଳାଦାଗକୁ ଓ ମୁହଁରେ ଥିବା ଅନ୍ୟାନ୍ୟ ଦାଗକୁ ମଧ୍ୟ ଦୂର କରିଥାଏ। ଏହାକୁ ନିୟମତି ୧ ମାସ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ।
ମୁହଁକୁ ଉଜ୍ୱଳ ଓ କୋମଳ କରେ –
କ୍ଷୀର ଓ ଦହିରେ ଆଣ୍ଟିବ୍ୟାକ୍ଟେରିଅଲ , ଭିଟାମିନ ବି ମଧ୍ୟ ରହିଛି। ଏହାକୁ ନିୟମିତ ମୁହଁରେ ଲଗାଇବା ଦ୍ୱାରା ମୁହଁ ଗୋରା , ଉଜ୍ୱଳ ଓ କୋମଳ ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories