www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ କାଉଡିଆଙ୍କ ଭିଡ଼; ଲମ୍ବା ଧାଡିରେ ଠିଆ ହୋଇ …

ଭୁବନେଶ୍ୱର: ଆଜି ଶ୍ରାବଣ ଦ୍ୱିତୀୟ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳ ଲାଗି କରୁଛନ୍ତି କାଉଡିଆ । ଏଥିପାଇଁ ଚଳଚଞ୍ଚଳ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ପୀଠ । ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି କରିବାକୁ ରାତିରୁ ଲମ୍ବା ଧାଡିରେ ଛିଡା ହୋଇଥିଲେ କାଉଡିଆ । ଏକାମ୍ର କ୍ଷେତ୍ରର ବିଭିନ୍ନ ଶୈବପୀଠରେ ଭିଡ଼ ଲାଗିଥିଲେ ମଧ୍ୟ ସବୁଠୁ ଅଧିକ ଭିଡ଼ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ମାନସିକ ରଖିଥିବା ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଜଳ ଲାଗି ପାଇଁ ଚାଲି ଚାଲି ଆସିଥାନ୍ତି । କାଉଡିଆଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋର ୪ଟାରୁ ମନ୍ଦିରର ଦ୍ୱାର ଫିଟା ନୀତି ପରେ ସକାଳୁ ପୂଜା ଓ ଆଳତୀ ଏବଂ ଅନ୍ୟାନ୍ୟ ନୀତିକାନ୍ତି ହୋଇଛି । କାଉଡିଆଙ୍କ ପାଇଁ ମନ୍ଦିର ଭିତର କାଠ ନିକଟରେ ଏକ ତମ୍ବା ପାତ୍ର ରଖାଯାଇଛି । ତମ୍ବା ପାତ୍ରରେ କାଉଡିଆ ମାନେ ଆଣିଥିବା ପାଣି ମହାଦେବଙ୍କୁ ଲାଗି କରୁଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କିଛି କିଛି କାଉଡିଆଙ୍କୁ ପର୍ଯ୍ୟାୟ କ୍ରମେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବା ପରେ ସେମାନେ ପ୍ରବେଶ କରି ଜଳ ଲାଗି କରୁଛନ୍ତି । ଗୋଟିଏ ପଟେ ସାଧାରଣ ଲୋକମାନେ ପ୍ରବେଶ କରି ମହାଦେବଙ୍କୁ ଦର୍ଶନ କରୁଥିବାବେଳେ ଅନ୍ୟପଟେ କାଉଡିଆ ମାନେ ଯାଉଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories