www.samajalive.in
Saturday, December 6, 2025
19.1 C
Bhubaneswar

ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳର ଭିଡିଓ ପ୍ରଘଟ

ସମାଜ ଡିଜିଟାଲ ଡେସ୍କ: ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳର ଭିଡିଓ ପ୍ରଘଟ ହୋଇଛି। ଜଣେ ଭ୍ଲଗର ନିଷିଦ୍ଧାଞ୍ଚଳରେ ଡ୍ରୋନ କ୍ୟାମେରା ଉଡ଼ାଇ ଏହି ଭିଡିଓ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଭ୍ଲଗର କିଏ ଏବଂ ସେ କିପରି ସୁରକ୍ଷା ଭେଦ କରି ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡ଼ାଇଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ଭିଡିଓଟି ଘୂରି ବୁଲୁଛି। ଭିଡିଓରେ ହୀରାକୁଦ ଡ୍ୟାମ ଅପରେସନ ଗ୍ୟାଲେରୀର ଦୃଶ୍ୟ ରହିଛି। ଏହା ସହିତ ଡ୍ୟାମ ଗେଟ ଖୋଲାଯିବା ସମୟର ଦୃଶ୍ୟ ବି ଭିଡିଓରେ ରେକର୍ଡ ହୋଇଛି। ଡ୍ରୋନ ଉଡ଼ାଇବା ସମୟରେ ହୀରାକୁଦ ଡ୍ୟାମର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଦେଖିଛନ୍ତି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏପରି ହେବା କଥା ନୁହେଁ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories