www.samajalive.in
Sunday, December 7, 2025
23.1 C
Bhubaneswar

ଆଜିଠୁ ଦିଲ୍ଲୀରେ ରିହାତି ଦରରେ ବିଲାତି ବିକିବ ଏନସିସିଏଫ

ନୂଆଦିଲ୍ଲୀ: ଆଜି(ସୋମବାର)ଠାରୁ ରିହାତି ଦରରେ ବିଲାତି ବିକିବ ଏନସିସିଏଫ। ଜାତୀୟ ସମବାୟ ଖାଉଟି ମହାସଂଘ (ଏନସିସିଏଫ) ରାଜଧାନୀ ଦିଲ୍ଲୀରେ ରିହାତି ମୂଲ୍ୟରେ ବିଲାତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏହା କୃଷି ଭବନ, ସିଜିଓ କଂପ୍ଲେକ୍ସ, ଲୋଧି କଲୋନୀ, ହଜ୍‌ ଖାସ, ପାର୍ଲାମେଣ୍ଟ ଷ୍ଟ୍ରିଟ୍‌, ଆଇଏନଏ ମାର୍କେଟ ଆଦି ସ୍ଥାନରେ ବିକ୍ରି କରାଯିବ। ଦେଶରେ ବିଲାତି ମୂଲ୍ୟ ମାତ୍ରାଧିକ ବୃଦ୍ଧି ପାଇଥିବାରୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ମୁଖ୍ୟତଃ ବର୍ଷା ଯୋଗୁଁ ଉତ୍ପାଦନ କେନ୍ଦ୍ରଗୁଡିକରୁ ବିଲାତି ଯୋଗାଣରେ ବ୍ୟାଘାତ କାରଣରୁ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଏହା କିଲୋ ପିଛା ୮୦/୯୦ ଟଙ୍କାରେ ବିକ୍ରି ହେଉଛି। ତେବେ ଆଜିଠାରୁ ଏନସିସିଏଫ ଦିଲ୍ଲୀରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories