ଗଛ ମୂଳ ଚାନ୍ଦିନୀରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

କଳାପଥର (ବାଙ୍କୀ): ନୂଆଗାଁ ପଂଚାୟତ ଖଜୁରୀପଦା ଗ୍ରାମ ୨୧ ନଂ ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ହିଁ ଭରସା। ଆଜିକୁ ଦୀର୍ଘ ୪ ବର୍ଷରୁ ଅଧିକ ଦିନ ହେବ ଅଙ୍ଗନୱାଡି କର୍ମୀ ପ୍ରତିଜ୍ଞା ରଥ ଡବଲ ମର୍ଡର ଘଟଣା ଠାରୁ ପରିବାର ସମେତ କୁଆଡେ ଫେରାର ଅଛନ୍ତି। ଆଜି ପର୍ଯ୍ୟନ୍ତ ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ଗୃହ ନାହିଁ, ମମତା ଯୋଜନାରେ ଗର୍ଭବତୀ ମହିଳା ଅର୍ଥରୁ ବଞ୍ଚିତ ରହୁଛନ୍ତି। ଅତି ନିମ୍ନ ମାନର ଛତୁଆ, ଖଜରା, ବୋଟ, ମୁଢ଼ି ତାହା ଖାଇବା ଉପଯୋଗୀ ନୁହେଁ। ଏହି ବିଷୟରେ ବାଙ୍କୀ ସିଡିପିଓ ରୂପାଲୀ ମିତ୍ରଙ୍କୁ ଲିଖିତ ଅଭିଯୋଗ ସତ୍ୱେ ସେ ତିଳେ ହେଲେ କର୍ଣ୍ଣ ପାତ କରୁ ନାହାଁନ୍ତି। ସିଡିପିଓ ଉତ୍ତର ଦେଉଛନ୍ତି କି ମୁଁ କିଛି କରି ପାରିବି ନାହିଁ। ଏବେ କିଛି ଦିନ ପୂର୍ବେ ଅତି ନିମ୍ନ ମାନର ଖାଦ୍ୟ ମୂଷା ଖିଆ ଛତୁଆ, ପୋକ ଲଗା ଖଜରା, ବାଲି ମିଶା ମୁଢ଼ି, ସିପା ମୁଢ଼ି, ଅଣ୍ଡା ଦେବା ନେଇ ୨୧ ନଂ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଛନ୍ତି ତେଣୁ ଆଜି ପର୍ଯ୍ୟନ୍ତ ସିଡିପିଓ ରୂପାଲୀ ମିତ୍ରଙ୍କ ଦେଖା ନାହିଁ କି ସମାଧାନ କରିବା ପାଇଁ ଟିକିଏ ହେଲେ ନୂଆଗାଁ ଗ୍ରାମପଞ୍ଚାୟତ ୨୧ ନଂ ଅଙ୍ଗନୱାଡି କେନ୍ଦ୍ରକୁ ଯାଉ ନାହାଁନ୍ତି। କାରଣ ଆଜିକୁ ସିଡିପିଓ ରୂପାଲୀ ମିତ୍ର ବାଙ୍କୀ ବ୍ଲକରେ ୫ ବର୍ଷରୁ ଅଧିକ ଦିନ ଧରି ରହି ଯିବା କାରଣରୁ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି କୁହାଯାଉଛି.ତେଣୁ ବାଙ୍କୀ ରୁ ସିଡିପିଓ ଙ୍କୁ ବଦଳି କରିବା ସହିତ ନୂତନ ଅଙ୍ଗନ ୱାର୍ଡ କର୍ମୀ ନିଯୁକ୍ତି ଦିଆଯିବାକୁ ସାଧାରଣରେ ଦାବୀ ହେଉଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.