www.samajalive.in
Wednesday, December 10, 2025
15.1 C
Bhubaneswar

ଏହି କାରଣ ପାଇଁ ନିତି ଆୟୋଗ ବୈଠକକୁ ଗଲେନି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ ଡି. ରାଜା

ସମାଜ ଡିଜିଟାଲ ଡେସ୍କ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ନିତି ଆୟୋଗ ବୈଠକକୁ କୌଣସି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ଯାଇ ନାହାନ୍ତି। ଏକମାତ୍ର ବିରୋଧୀ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ବୈଠକରେ ଯୋଗଦେଇଥିଲେ, ହେଲେ ତାଙ୍କୁ ଅଧିକ ସମୟ କହିବାକୁ ସୁଯୋଗ ଦିଆ ନ ଯିବାରୁ ସେ ଅଧାରୁ ଉଠି ଚାଲିଗଲେ। ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିତି ଆୟୋଗ ବୈଠକରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ କାହିଁକି ଯୋଗଦେଲେ ନାହିଁ। ତାହାର କାରଣ ବି ରହିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି ଯେ, ନିତି ଆୟୋଗ ଦେଶର ସମସ୍ତ ସରକାରୀ କ୍ଷେତ୍ରକୁ ଘରୋଇକରଣ କରିବା ଲାଗି ପ୍ରସ୍ତାବ ଦେଉଛି। ଏହି କାରଣ ଯୋଗୁ କୌଣସି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ବୈଠକକୁ ଗଲେନାହିଁ।

ରାଜା ଆହୁରି ପ୍ରଶ୍ନ କରିଛନ୍ତି ଯେ, ପ୍ରଥମେ ପ୍ରଧାନମନ୍ତ୍ରୀ ବିବୃତି ଦେବା ଉଚିତ, ଯୋଜନା ଆୟୋଗ(ପ୍ଲାନିଂ କମିଶନ)କୁ କାହିଁକି ଭାଙ୍ଗି ଦିଆଗଲା। ବିଜେପି ଯେତେବେଳେ କ୍ଷମତାକୁ ଆସିଲା, ସେମାନେ ପ୍ରଥମେ କ’ଣ କଲେ ନା ଯୋଜନା ଆୟୋଗକୁ ଭାଙ୍ଗିଦେଲେ। ନିତି ଆୟୋଗ ଗଠନ କଲେ। ନିତି ଆୟୋଗର କାର୍ଯ୍ୟ କ’ଣ ? ସେମାନେ କି ନୀତି ପ୍ରସ୍ତୁତ କରୁଛନ୍ତି ? ସରକାରଙ୍କୁ କ’ଣ ପ୍ରସ୍ତାବ ଦେଉଛନ୍ତି ? ମୋତେ ଯେତେଦୂର ଜଣା, ନିତି ଆୟୋଗ ସମସ୍ତ ସରକାରୀ କ୍ଷେତ୍ର(ପିଏସୟୁ)କୁ ଘରୋଇକରଣ କରିବାକୁ ପ୍ରସ୍ତାବ ଦେଉଛି। ଏହି କାରଣରୁ ହିଁ ଅନେକ ମୁଖ୍ୟମନ୍ତ୍ରୀ ବୈଠକକୁ ଆସିନାହାନ୍ତି ବୋଲି ରାଜା କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories