ଫୁଲବାଣୀ ବିସିସିବି ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କାର
ଫୁଲବାଣୀ: ଫୁଲବାଣୀରେ ସର୍ବାଧିକ କୃଷି ଋଣ ପ୍ରଦାନ ଏବଂ ସେମାନଙ୍କର ସଫଳ ଚାଷ ନିମନ୍ତେ ସହାୟତା ପାଇଁ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଫୁଲବାଣୀ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। କନ୍ଧମାଳ ଜିଲ୍ଲାରେ କୃଷି ଋଣ ପ୍ରଦାନ କ୍ଷେତ୍ରରେ ୨୦୨୧/୨୨ ଆର୍ଥିକ ବର୍ଷରେ ରବି ଓ ଖରିଫ ଚାଷ ପାଇଁ ପ୍ରାୟ ୭ ହଜାର ଚାଷିଙ୍କୁ ଋଣ ପ୍ରଦାନ କରି ସେମାନଙ୍କ କୃଷିରେ ସହାୟତା କରିଥିବାରୁ ଶାଖାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
Comments are closed.