www.samajalive.in
Sunday, December 7, 2025
18.1 C
Bhubaneswar

ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଧରି ଫେରାର ଥିବା ମ୍ୟାନେଜରଙ୍କ ଆତ୍ମସମର୍ପଣ

ଗୋପାଳପୁର : ଚଳିତ ମାସ ୧୮ ତାରିଖରେ ଗୋପାଳପୁର କଲେଜ ନିକଟରେ ଥିବା ପ୍ରମୋଦ କିସାନ ସେବା କେନ୍ଦ୍ର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପର ମ୍ୟାନେଜର କେ. ଆଶିଷ ରାଓ ୧୧ ଲକ୍ଷ ୨୨ ହଜାର ୨୩୩ ଟଙ୍କା ନେଇ ଫେରାର ହୋଇଥିବା ନେଇ ପମ୍ପ ମାଲିକ ଚିତ୍ତ ରଞ୍ଜନ ପାଢ଼ୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ ୨୦୪/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଅଭିଯୁକ୍ତ କେ. ଆଶିଷ ବ୍ରହ୍ମପୁର କୋର୍ଟରେ ଆତ୍ମସମର୍ପଣ କରିଥିବା ନେଇ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

ସୂଚନା ପ୍ରକାରେ ଗୋପାଳପୁର କଲେଜ ନିକଟରେ ଥିବା ପ୍ରମୋଦ କିସାନ ସେବା କେନ୍ଦ୍ର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପର ମ୍ୟାନେଜର କେ. ଆଶିଷ ରାଓଙ୍କୁ ପମ୍ପର ମାଲିକ ଚିତ୍ତ ରଞ୍ଜନ ପାଢ଼ୀ ୧୭ ତାରିଖରେ ପେଟ୍ରୋଲ ପମ୍ପର ବିକ୍ରି ହୋଇଥିବା ଦୁଇ ଦିନର ୧୧ ଲକ୍ଷ ୨୨ ହଜାର ୨୩୩ ଟଙ୍କା ମୋନାର୍କ ଛକ ସ୍ଥିତ ଆକ୍ସିସ ବ୍ୟାଙ୍କରେ ଜମା କରିବାକୁ ପଠାଇଥିଲେ ।  କିଛି ସମୟ ପରେ ମ୍ୟାନେଜରକୁ ଫୋନ କରି ଜମା କରିବା କଥା ନେଇ ପଚାରି ବୁଝିଥିଲେ । ତାହାର କିଛି ସମୟ ପରେ ଜମା ହୋଇନଥିବା ଜାଣିପାରି ପୁଣି ଫୋନ କରିଥିଲେ । କିନ୍ତୁ ମ୍ୟାନେଜର ଫୋନ ବନ୍ଦ ଥିଲା । ମ୍ୟାନେଜର ଟଙ୍କା ଧରି ଫେରାର ହୋଇଯାଇଥିବା ଜାଣିପାରି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ରେଳ ସୁରକ୍ଷା ପାଇଁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ

- Advertisement -

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories