ଦେଶର ୧୬୮୧୮ଟି ସୀମାବର୍ତ୍ତୀ ଗାଁକୁ ମିଳୁଛି ମୋବାଇଲ ସେବା
ଡେସ୍କ: ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଦେଶର ସୀମାବର୍ତ୍ତୀ ଅଞ୍ଚଳର ୧୭ ହଜାର ୬୧୧ଟି ଗାଁ ମଧ୍ୟରୁ ପ୍ରାୟ ୧୬ ହଜାର ୮୧୮ଟି ଗାଁକୁ ମୋବାଇଲ ସେବା ଯୋଗାଇ ଦିଆଯାଉଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ୧୬ ହଜାର ୫୧୫ଟି ଗାଁରେ ୪-ଜି ମୋବାଇଲ ସେବା ଯୋଗାଇ ଦିଆଯାଉଛି। ଦେଶର ବଞ୍ଚିତ ଗାଁଗୁଡ଼ିକରେ ମୋବାଇଲ ନେଟୱର୍କ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ସିନ୍ଧିଆ କହିଛନ୍ତି ଯେ ସୀମାନ୍ତ ଅଞ୍ଚଳ ସମେତ ଦେଶରେ ମୋବାଇଲ ସଂଯୋଗ ବୃଦ୍ଧି ପାଇଁ ସରକାର ଅନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି।
Comments are closed.