ବିଧାନସଭା ୧୧ଟା ୩୦ଯାଏଁ ମୁଲତବୀ

ଭୁବନେଶ୍ୱର: ବିଧାନସଭାର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ଗୃହରେ ନାରାବାଜି । ରାଜ୍ୟପାଳଙ୍କ ପୁଅ ଗିରଫ ଦାବିରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ବିଜେପି ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାରୁ ଟାର୍ଗେଟ କରିଛନ୍ତି ବିରୋଧୀ । ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ଦିନ ୧୧ଟା ୩୦ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ସୂଚନାଯୋଗ୍ୟ ପୁରୀରେ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ନେଇ ଅଭିଯୋଗ ହେବା ପରେ ବି କାହିଁକି ସେ ଗିରଫ ହୋଇ ନାହାଁନ୍ତି ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ ।

Comments are closed.