www.samajalive.in
Monday, December 15, 2025
16.1 C
Bhubaneswar

ହରଭଙ୍ଗା-ଧଳପୁର ଜଗନ୍ନାଥସଡକ ଅବସ୍ଥା ଶୋଚନୀୟ

ହରଭଙ୍ଗା : ବୌଦ୍ଧର ଐତିହ୍ୟବହନ କରୁଥିବା ହରଭଙ୍ଗା -ଧଳପୁର ଜଗନ୍ନାଥସଡକ ରାସ୍ତା ଦୁର୍ଗମ ପାହାଡିଆ ଅଂଚଳ ରାସ୍ତାର ଭ୍ରମ ସୃଷ୍ଟି କରୁଛି। ସମ୍ପ୍ରତି ରାସ୍ତାର ଶୋଚନୀୟ ଅବସ୍ଥା ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷା ଯୋଗୁଁ ରାସ୍ତା ଖାଲଖମାରେ ପରିଣତ ହୋଇପଡିଛି। ସଂଜ ନଇଁଲେ ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ମୁସ୍କିଲ। ମାତ୍ର ଏହି ରାସ୍ତାର ପୁନଃରୁଦ୍ଧାର ଦୋହରୀକରଣ ଦିଗରେ ବିଭାଗୀୟ ନିଦାବିଷ୍ଣୁ ଅସନ୍ତୋଷର କାରଣ ସାଜିଛି। ଯାହା ଫଳରେ ସକାଳ ପାଇଲେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବ୍ଲକର ହଜାର ହଜାର ଜନସାଧରଣଙ୍କ ପାଇଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି ।
ହରଭଙ୍ଗାରୁ ଧଳପୁର ମହାନଦୀ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଏଭଳି ଦୂରାବସ୍ଥା ପ୍ରତି ଜିଲ୍ଲାପ୍ରଶାସନ ଏବଂ ରାଜନୈତିକ ନେତାଙ୍କ ଦୃଷ୍ଟି ନପଡିବା ବାସ୍ତବିକ ଡିଜିଟାଲ ଯୁଗରେ ପ୍ରାଚୀନ ଯୁଗର ମନୋଭାବ ଭଳି ମନେହେଉଛି। ପ୍ରକାଶ ଯେ ଗତ ତିନି/ଚାରି ବର୍ଷ ତଳେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତା ନିର୍ମାଣର ଛଅ ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ପିଚୁ ଉଠି ପଡୁଥିଲା।


ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦାବିଷ୍ଣୁ ଯୋଗୁଁ ରାସ୍ତାଟି ବର୍ଷ କେଇଟା ନପୂରୁଣୁ ଖାଲଖମାରେ ପରିଣତ ହୋଇପଡିଛି। ଧଳପୁରର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପରେ ହରଭଙ୍ଗା-ଧଳପୁର ଜଗନ୍ନାଥସଡକର ଗୁରୁତ୍ୱ ବୃଦ୍ଧି ପାଇଛି। ଅନୁଗୁଳୁ ଜିଲ୍ଲା ସହିତ ବୌଦ୍ଧ ଜିଲ୍ଲାକୁ ଗମନାଗମନ ପାଇଁ ବାଟ ଫିଟିଛି । ସର୍ମ୍ପକର ସେତୁ ନିର୍ମାଣ ପରେ ଉଭୟପଟୁ ବସଚଳାଚଳ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ବେପାର, ବାଣିଜ୍ୟ ସାଙ୍ଗକୁ ମେଡିକାଲ କାର୍ଯ୍ୟରେ ମହାନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ଆଠମଲ୍ଲିକ ମେଡିକାଲ ଚିକିତ୍ସା ପାଇଁ ବେଶ ସହାୟକ ହୋଇପାରିଛି ।ମାତ୍ର ସେତୁକୁ ସଂଯୋଗ କରୁଥିବା ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯ କିଲୋମିଟର ରାସ୍ତାରେ ଅଧିକ ସଂଖ୍ୟାରେ ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଦିନକୁ ଦିନ ୧୨ଫୁଟିଆ ଅଣଓସାରିଆ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହିତ ଖାଲଖମାରେ ପରିଣତ ହୋଇଛି । ବିଶେଷ କରି ମହାନଦୀ ବନ୍ୟାରେ ଏହି ରାସ୍ତାରେ ବନ୍ୟାପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇପଡିଥାଏ । ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ହାଏଲେବଲ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବୀଉଠୁଛି । ଏହା ସହିତ ମହାନଦୀ ତଟସୁରକ୍ଷା ପାଇଁ ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ କରାଯିବାକୁ ସାଧାରଣରେ ଦାବୀ ହେଉଛି । ଏ  ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି। ଏ ସର୍ମ୍ପକରେ ପୂର୍ତବିଭାଗ ଯନ୍ତ୍ରୀ ପଂଚାନନ ସାହୁଙ୍କୁ ପଚାରିବାରୁ ନୂତନ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁମୋଦନ ହୋଇ ଆସିଲେ ଏହା କାର୍ଯ୍ୟକାରୀ ହେବ ବୋଲି କହିଥିଲେ ।

ଆଖିର ଏହି ସଙ୍କେତ ଜଣାଏ ମଧୁମେହର ଲକ୍ଷଣ..

- Advertisement -

 

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories