www.samajalive.in
Sunday, December 14, 2025
14.1 C
Bhubaneswar

କନ୍ଧମାଳରେ ଲାଗାଁ ବର୍ଷା, ଗଛ ପଡ଼ି ରାସ୍ତା ଅବରୋଧ

ଫୁଲବାଣୀ: ୫ ଦିନ ଧରି ସମଗ୍ର କନ୍ଧମାଳ ଜିଲାରେ ତୁହାକୁ ତୁହା ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ପାଣି ବୃଦ୍ଧି ପାଇଛି। ଯେଭଳି ଲଗାଣ ବର୍ଷା ଯୋଗୁଁ ଅନେକ ଘର ସନ୍ତସନ୍ତିଆ ହୋଇ ରହିଥିବା ବେଳେ ଦୁର୍ଗମ ଅଞ୍ଚଳ ମାନଙ୍କରେ ସବୁଦିନିଆ ରାସ୍ତା ନଥିବା ଯୋଗୁଁ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳେ ଫିରିଙ୍ଗିଆ ବ୍ଲକ ରେ ଗତ ୫ ଦିନ ହେବ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଛି। ଚାଷୀ ମାନେ ଖୁସିରେ ବିଲରେ ହଳ ବୁଲାଇ ଚାଷ କାର୍ଯ୍ୟ ଆରମ୍ଭ କରି ଥିବା ବେଳେ ବର୍ଷାରେ ଫିରିଙ୍ଗିଆ ବ୍ଲକର ପାଙ୍ଗା ପଞ୍ଚାୟତର ମାରକାଲି ଗାଁ ନିକଟରେ ଥିବା ବାଘ ନଦୀରେ ପାଣି ବଢ଼ି ଆସୁଥିବାରୁ ଉଭୟ ପଟେ ଯାତାୟତ ବିଛିନ୍ନ ହେବା ସହ ବହୁ ପରିବାର ବର୍ତମାନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି। କ୍ରାଣ୍ଡି ବାଲି ପଞ୍ଚାୟତର ଡଙ୍ଗିମେଣ୍ଡି ଗାଁ ସଂଯୋଗ କରୁଥିବା ରାସ୍ତା ମଝିରେ ବାଘ ନଦୀ ଯାଇଥିବାରୁ ଅଧିକ ପାଣି ଆସୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କିଛି ଗାଁରେ ବର୍ଷା ଲାଗି ରହିଥିବା ବେଳେ ଗଛ ଭାଙ୍ଗିଥିବା ଜଣା ପଡ଼ିଥିବା ବେଳେ ଗୋଚ୍ଛା ପଡା ନିକଟରେ ରାସ୍ତା ଉପରେ ଏକ ବିରାଟ ଶାଳ ଗଛ ପଡିଯିବାରୁ ପ୍ରାୟ ୩ରୁ ୪ ଘଣ୍ଟା ରାସ୍ତା ଅବରୋଧ ହୋଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories