www.samajalive.in
Sunday, December 14, 2025
15.1 C
Bhubaneswar

ସଂସଦରେ ନିଟ୍‍ ଝଡ, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଙ୍ଗାମା । ଗୃହରେ ନିଟ୍‍ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ସାରା ଦେଶରେ ପରୀକ୍ଷା ବ୍ୟବସ୍ଥାରେ ବଡ ଧରଣର ଘୋଟାଲା ହୋଇଥିବା ରାହୁଲ କହିଛନ୍ତି । ପରୀକ୍ଷା ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଜଡିତ ଥିବାବେଳେ ଟଙ୍କା ଦେଇ ପରୀକ୍ଷା ବ୍ୟବସ୍ଥାକୁ କିଣାଯାଇଛି । ଯଦି ଆପଣ ଧନୀ ଏବଂ ଆପଣଙ୍କ ପାଖରେ ଅର୍ଥ ଅଛି, ତେବେ ଆପଣ ଭାରତୀୟ ପରୀକ୍ଷା ବ୍ୟବସ୍ଥାକୁ କିଣିପାରିବେ । କାରଣ ଲୋକ ଜାଣିଛନ୍ତି ଯେ ଟଙ୍କା ଦ୍ୱାରା ପେପର କିଣାଯାଇପାରିବ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାହୁଲ । ଏଭଳି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । କେବଳ ନିଟ୍‍ ପରୀକ୍ଷା ନୁହେଁ ଗୋଟିଏ ପରେ ଗୋଟିଏ ପେପର ଲିକ୍‍ ଘଟଣା ସାମ୍ନାକୁ ଆସୁଛି । ହେଲେ ସବୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ । ଛୋଟ ମାଛକୁ ଗିରଫ କରି ବଡ ମାଛକୁ ସୁରକ୍ଷା ଦିଆଯାଉଥିବା କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସରକାରଙ୍କ ଜାଣତରେ ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ହେଲେ ନିଜ ଦୋଷ ଛଡା ଅନ୍ୟ ସମସ୍ତଙ୍କ ଉପରେ ଦୋଷ ଦେବାରେ ବ୍ୟସ୍ତ କେନ୍ଦ୍ରଶିକ୍ଷା ମନ୍ତ୍ରୀ । ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାହୁଲଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ । ସମଗ୍ର ପରୀକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ କରିବା ନିନ୍ଦନୀୟ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories