www.samajalive.in
Friday, December 5, 2025
20.1 C
Bhubaneswar

ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା: ନୁହ୍‌ରେ ଇଣ୍ଟରନେଟ୍, ଏସ୍‌ଏମଏସ୍‌ ସେବା ବନ୍ଦ

ଚଣ୍ଡିଗଡ : ଆଜି ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା।  ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ହରିୟାଣା ସରକାର ନୁହ ଜିଲାରେ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ୍ ଓ ଗ୍ରୁପ୍ ଏସଏମଏସ୍‌ ସେବାକୁ ବନ୍ଦ କରିଛନ୍ତି। ହରିୟାଣା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁରାଗ ରୋସ୍ତଗିଙ୍କ କହିବା ଅନୁଯାୟୀ ରବିବାର ସନ୍ଧ୍ୟା ୬ଟାରୁ ସୋମବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଓ ଏସଏମଏସ୍ ସେବା ବନ୍ଦ ରହିବ। ହ୍ବାଟ୍ସଆପ୍, ଫେସବୁକ୍, ଏକ୍ସ ଭଳି ସୋସିଆଲ ମିଡିଆରେ ମିଥ୍ୟା ତଥ୍ୟ ଓ ଗୁଜବ ପ୍ରଚାର ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ଶୋଭାଯାତ୍ରା ଯିବାକୁ ଥିବା ରାସ୍ତା ଓ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏହି ଯାତ୍ରା ଆଜି କରାଯିବ। ଶୋଭାଯାତ୍ରା ରାସ୍ତାରେ ସିସିଟିଭି ଓ ଡ୍ରୋନ କ୍ୟାମେରା ଖଞ୍ଜା ଯାଇଛି। ୧୦ଟି ଆନ୍ତଃଜିଲା ଓ ଆନ୍ତଃରାଜ୍ୟ ଚେକ୍‌ ପଏଣ୍ଟ ସ୍ଥାପନ କରାଯାଇଛି। ରାସ୍ତାରେ ମାଛ, ମାଂସ ବିକ୍ରିକୁ ବନ୍ଦ କରାଯାଇଛି। ବ୍ୟବସାୟୀମାନଙ୍କୁ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି। ଗତବର୍ଷ ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରା ସମୟରେ ହିଂସାକାଣ୍ଡ ଘଟି ଦୁଇଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ୧୫ଜଣ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ହିଂସା ଅନ୍ୟ ଅଞ୍ଚଳକୁ ବ୍ୟାପିବା ସହିତ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories