www.samajalive.in
Saturday, December 6, 2025
17.1 C
Bhubaneswar

ଗ୍ୟାଙ୍ଗଷ୍ଟରଙ୍କ ସହ ଫେରାର ହୋଇଯାଇଥିଲେ ଆଇଏଏସ ଅଧିକାରୀଙ୍କ ସ୍ତ୍ରୀ, ଏବେ ବିଷ ପିଇ କଲେ ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: ଜଣେ ଗ୍ୟାଙ୍ଗଷ୍ଟରଙ୍କ ସହିତ ଫେରାର ହୋଇଯାଇଥିବା ଗୁଜରାଟର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଅଧିକାରୀ ରଞ୍ଜିତ କୁମାର ଜେ’ଙ୍କ ସ୍ତ୍ରୀ ସୂର୍ଯ୍ୟା ଜେ’ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂର୍ଯ୍ୟା ନିଜ ବାପଘରକୁ ଯାଇଥିବାବେଳେ ସେଠାରୁ ଜଣେ ଗ୍ୟାଙ୍ଗଷ୍ଟରଙ୍କ ସହିତ ଲୁଚି ପଳାଇଥିଲେ। ଏହା ଜାଣିବା ପରେ ଗାନ୍ଧୀନଗରରେ ରହୁଥିବା ଆଇଏଏସ ଅଧିକାରୀ ରଞ୍ଜିତ ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ନ ଦେବା ଲାଗି ନିଜ ପରିବାରବର୍ଗଙ୍କୁ କହିଥିଲେ।

ଗତ ଶନିବାର ସୂର୍ଯ୍ୟା ଗାନ୍ଧୀନଗରସ୍ଥିତ ସ୍ଵାମୀଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ କେହି ଘରେ ପୂରାଇଦେଇ ନ ଥିଲେ। ଏହା ପରେ ସୂର୍ଯ୍ୟା ସେହିଠାରେ ବିଷ ପିଇଦେଇଥିଲେ। ପୁଲିସ ସୂଚନା ଅନୁସାରେ, ସୂର୍ଯ୍ୟା ବିଷ ପିଇବା ପରେ ନିଜେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପରେ ଆମ୍ବୁଲାନ୍ସ ପହଞ୍ଚି ସୂର୍ଯ୍ୟାଙ୍କୁ ଗାନ୍ଧୀନଗର ସ୍ଥିତ ସରକାରୀ ଡାକ୍ତରଖାନାକୁ ନେଇଥିଲା। ରବିବାର ଡାକ୍ତରଖାନାରେ ସୂର୍ଯ୍ୟାଙ୍କ ମୃତ୍ୟୁ ଘଟିଛି। ରଞ୍ଜିତ ବର୍ତ୍ତମାନ ଗୁଜରାଟ ବିଦ୍ୟୁତ ନିୟାମକ ଆୟୋଗ(ଜିଇଆରସି) ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରି ତଦନ୍ତ ଚଳାଇଛି।

- Advertisement -

ଅନ୍ୟପଟେ ମଦୁରାଇରେ ଏକ ୧୪ ବର୍ଷୀୟ ବାଳକକୁ ଅପହରଣ ନେଇ ସୂର୍ଯ୍ୟାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗିରଫଦାରୀ ଭୟରେ ସେ ନିଜ ସ୍ଵାମୀଙ୍କ ନିକଟକୁ ଫେରିଥିବା କୁହାଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories