www.samajalive.in
Sunday, December 7, 2025
16.1 C
Bhubaneswar

ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ: ସୋମବାର ରାଶିଫଳ

ମେଷ: ଆପଣଙ୍କର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ପରିବାର ହେଉଛି ସାମାଜିକ ସଂରଚନାର କେନ୍ଦ୍ରବିନ୍ଦୁ। ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ।
ବୃଷ: ସତ୍ୟବାଦିତା ଆପଣଙ୍କୁ ଜୀବନର ଶୀର୍ଷତମ ସୋପାନରେ ପହଞ୍ଚାଇ ଦେବ। ପତ୍ୟୁତ୍ପନ୍ନମତିସମ୍ପନ୍ନ ହେବେ। କାମୀ ନ ହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାହସୀ ଓ ସମ୍ପତ୍ତିବାନ୍‌ ହେବେ।
ମିଥୁନ: ମନ ଭିତରେ ଥିବା ଜ୍ବଳାର ପ୍ରଶମନ ପାଇଁ ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଆକାଂକ୍ଷା ରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରିବ। ଧୈର୍ଯ୍ୟ ସଞ୍ଚୟ କରି ବିପଦର ସମ୍ମୁଖୀନ ହେବେ।
କର୍କଟ: ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ ଆପଣଙ୍କର ଧ୍ୟେୟ ହେବ। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସତ୍‌ ସହିତ ସୁସମ୍ପର୍କ ଯୋଡ଼ିପାରିଲେ ସବୁ କାମନା ଆପଣାଛାଏଁ ନିର୍ବାପିତ ହେବ।
ସିଂହ: ଶ୍ରଦ୍ଧା ଓ ବିଶ୍ବାସର ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ ଆପଣଙ୍କ ଧ୍ୟେୟ ହୋଇପାରେ। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ।
କନ୍ୟା:ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହୋଇ ଆପଣଙ୍କ ଭଣ୍ଡାର ପରିପୂର୍ଣ୍ଣ କରିପାରେ। ଦୈବୀଶକ୍ତିସମ୍ପନ୍ନ କନ୍ୟା ରତ୍ନର କାର୍ଯ୍ୟକଳାପରେ ଗର୍ବ ଅନୁଭବ କରିପାରନ୍ତି। ତେଜସ୍ବୀ ଓ ଧର୍ମଧ୍ବଜାଧାରୀ ହେବେ।
ତୁଳା: କୃଷି କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ କରି ଅନୁଗତ କୃଷକମାନଙ୍କୁ ଦିଗ୍‌ଦର୍ଶନ ଦେଇପାରନ୍ତି। ମହତ୍‌ ପ୍ରୟାସୀ ହୋଇପାରନ୍ତି। ଆପଣଙ୍କ ମହନୀୟ କର୍ମସମୂହ ଶୀର୍ଷାସନ ଦେଇପାରେ।
ବିଛା: କେବଳ ଆଧ୍ୟାତ୍ମିକ ଚିନ୍ତନରୁ ଆପଣ ବିନୀତ ଭାବାପନ୍ନ ହୋଇଛନ୍ତି। ପରର ଶୁଭ କାମନା ଭଳି ମାନବୋଚିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଧାର୍ମିକ ଓ ବିଦ୍ବାନ୍‌ ହେବେ।
ଧନୁ: ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ସଂଯମପୂର୍ଣ୍ଣ ସତ୍‌ ଚରିତ୍ରତାର ନିଦର୍ଶନ ହେବେ। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। କର୍ମଠ ହେବେ।
ମକର: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସ୍ବାଦିଷ୍ଟ ଭୋଜନ ତୃପ୍ତିଦାୟକ ହୋଇପାରେ। ଅର୍ଥାଗମ ହୋଇପାରେ।
କୁମ୍ଭ: ଜୀବାତ୍ମାକୁ ରଥୀ, ଶରୀରକୁ ରଥ, ବୃଦ୍ଧକୁ ସାରଥି ଓ ମନକୁ ଲଗାମ ଭଳି ବ୍ୟବହାର କରୁଥିବାରୁ ସବୁ ଅସମ୍ଭବକୁ ସମ୍ଭବ ଓ ସବୁ ଅସାଧ୍ୟକୁ ସାଧନ କରିପାରିବେ। ବିଳମ୍ବରେ କୃତକାର୍ଯ୍ୟ ହୋଇପାରନ୍ତି।
ମୀନ: ଜ୍ଞାନ, ବିଜ୍ଞାନ ଗନ୍ତାଘରର ଚାବିଦାର ହୋଇପାରନ୍ତି। ଭକ୍ତିବଳରେ ଶକ୍ତିସମ୍ପନ୍ନ ହୋଇ ଅସାଧ୍ୟ ସାଧନ କରିପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ସମ୍ମାନିତ ହୋଇପାରନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories