www.samajalive.in
Sunday, December 14, 2025
16.1 C
Bhubaneswar

ବିଳମ୍ବରେ ଘରକୁ ଆସୁଥିଲା, ତାଗିଦ କରିବାରୁ ମାଲିକାଣୀଙ୍କୁ ହତ୍ୟାକଲା ନାବାଳକ ଭଡାଟିଆ

ଜୟପୁର : ଭଡାଟିଆଙ୍କୁ ବିଳମ୍ବିତ ରାତିରେ ଘରକୁ ଆସିବାକୁ ନେଇ ତାଗିଦ କରିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲା ନାବାଳକ । ଜୟପୁରରେ ଜଣେ ମହିଳା, ଭଡାଟିଆଙ୍କୁ ବିଳମ୍ବରେ ଆସିବାକୁ ନେଇ ତାଗିଦ କରିଥିଲେ । କିନ୍ତୁ ଏହି କଥା ଉଗ୍ର ରୂପ ନେଇଥିଲା ଏବଂ ଶେଷରେ ନାବାଳକ ଜଣକ ରାଗିଯାଇ ମହିଳାଙ୍କୁ ନିର୍ମମ ହତ୍ୟା କରିଛି । ଏକ ଛୁରୀରେ ସେ ତାଙ୍କ ବେକ କାଟିବା ସହ ସାରା ଶରୀରରେ  ୩୫ରୁ ଅଧିକ ଥର ଆକ୍ରମଣ କରିଛି । ଏହି ଘଟଣା ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ଘଟଣାଟି ଜୟପୁର ଗୋନେର ଅଞ୍ଚଳର ଗୌରବ ଭାଟିକାର । ଶନିବାର ଦ୍ବିପ୍ରହର ସାଢେ ୧ରେ ସତୀଶ ଚନ୍ଦ୍ର ଶର୍ମାଙ୍କ ପୁଅ ମୌସମ ଶର୍ମା ନିଜ ଘରେ ପହଞ୍ଚି ଚାରିଆଡେ ରକ୍ତ ପଡିଥିବା ଦେଖିଲେ । ପରେ ସେ ମାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଲେ । ଖବର ପାଇ ଆଖପାଖର ସମସ୍ତେ ଏକାଠି ହୋଇଗଲେ । ତୁରନ୍ତ ଗୁରୁତର ମହିଳା ମଞ୍ଜୁ ଶର୍ମାଙ୍କୁ ହସ୍ପିଟାଲ ନିଆଗଲା । ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ଫୁଟେଜରେ ନାବାଳକ ଜଣକ ନଜର ଆସିଲା । ପୁଲିସ ତାକୁ ପଚରାଉଚରା କରିବା ପରେ ସବୁ ସତକଥା ଜଣାପଡିଗଲା ।

- Advertisement -

ଶନିବାର ସକାଳ ପ୍ରାୟ ସାଢେ ୧୦ଟାରେ ନାବାଳକ ମୁହଁରେ ରୁମାଲ ପିନ୍ଧି ମହିଳାଙ୍କୁ ହତ୍ୟା କରିବାକୁ ଆସିଥିଲା । କିନ୍ତୁ ସୁଯୋଗ ନମିଳିବାରୁ ସେ ଚାଲିଗଲା । ପରେ ସାଢେ ୧୨ଟାରେ ଆସି ତାଙ୍କୁ ଛୁରୀ ଭୁସି ହତ୍ୟା କଲା । ପରେ ନିଜ ରକ୍ତ ଲାଗିଥିବା ସର୍ଟକୁ ଜଳାଇ ଅଲଗା ପୋଷାକ ପିନ୍ଧି ମହିଳାଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚି ଯାଇଥିଲା । ସେ ମହିଳାଙ୍କ ଘରେ ଭଡା ରହୁଥିବା ଦମ୍ପତ୍ତିଙ୍କୁ ଭଣଜା । ସେ ଅନେକ ସମୟରେ ବିଳମ୍ବରେ ଘରକୁ ଆସୁଥିଲେ । ତାଙ୍କୁ ଘରର ମାଲିକାଣୀ ମଞ୍ଜୁ ଶର୍ମା ତାଗିଦ କରିବାରୁ ଦିନେ ସେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଶେଷରେ ସେ ଏହି ପଦକ୍ଷେପ ଉଠାଇଥିଲା । ସିସିଟିଭି ଯାଞ୍ଚ ପରେ ସବୁ ଜଣାପଡିଯାଇଥିଲା । ପୁଲିସ ତାକୁ ଗିରଫ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories