ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି ଛକ ଠାରେ ୫୩ ନଂ ଜାତୀୟ ରାଜପଥରେ ଆଜି ଜଣେ ବୃଦ୍ଧାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଥିଲା। ଫଳରେ ବୃଦ୍ଧାଟି ସେଠାରେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ବୃଦ୍ଧାଙ୍କ ପରିଚୟ ମିଳି ପାରିନାହିଁ। ଫଳରେ ତାଙ୍କ ମୃତଦେହକୁ ବରଗଡ଼ ସରକାରୀ ଡ଼ାକ୍ତରଖାନାରେ ମର୍ଚୁଆରି ଚାମ୍ବରରେ ରଖାଯାଇଛି। ତାଙ୍କର କେହି ପରିଚିତ ଆସିଲେ ତାଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ୪ଦିନ ପର୍ଯ୍ୟନ୍ତ ମୃତ ବୃଦ୍ଧାଙ୍କର କୌଣସି ପରିଚିତ ବ୍ୟକ୍ତି ନ ଆସିଲେ ପୁଲିସ ପକ୍ଷରୁ ମୃତଦେହ ସତ୍କାର କରିଦିଆଯିବ ବୋଲି ଜଣାପଡିଛି ।
Popular Categories



