www.samajalive.in
Saturday, December 13, 2025
26.1 C
Bhubaneswar

‘ସମାଜ’ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ଉଦ୍‍ଯାପିତ

କେନ୍ଦୁଝରଗଡ଼: ଦୈନିକ ‘ସମାଜ’ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସୁଲେଇଖମାରସ୍ଥିତ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବନ ମହୋତ୍ସବ ରବିବାର  ଉଦ୍‍ଯାପିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ପରିବେଶବିତ୍‍ ଡ. ବନ ବିହାରୀ ମିଶ୍ର ଉଦ୍‍ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମଗ୍ର ବିଶ୍ୱରେ ଯେଭଳି ଭାବେ ଦୃତ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ଏବେଠାରୁ ଯଦି ସଚେତନ ହୋଇ ବ୍ୟାପକ ଚାରାରୋପଣ ଭଳି କାର୍ଯ୍ୟକ୍ରମ ହାତକୁ ନିଆନଯାଏ ତାହାଲେ ଆଗାମୀ ଦିନମାନଙ୍କରେ ଏହା ସମଗ୍ର ଜୀବଜଗତ ପାଇଁ ଅଧିକ ବିପଦ ସୃଷ୍ଟି କରିବାକୁ ଥିବାରୁ ସମସ୍ତେ ଅତିକମରେ ଗୋଟିଏ ଚାରାରୋପଣ କରି ଏହାକୁ କିଭଳି ବୃକ୍ଷରେ ପରିଣତ କରାଯାଇ ପାରିବ ସେ ନେଇ ଆହ୍ୱାନ ଦେଇଥିଲେ ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତ ଉତ୍ସବରେ ଅଧ୍ୟକ୍ଷତା କରି ଏଭଳି ଏକ କାର୍ଯ୍ୟକ୍ରମକୁ ସଫଳ କରିବାରେ କେନ୍ଦୁଝର ସହରର ବିଭିନ୍ନ ଅନୁଷ୍ଠାନ ଆଗେଇ ଆସିଥିବାରୁ ସାଧୁବାଦ ଜଣାଇବା ସହ ସାମ୍ପ୍ରତିକସ୍ଥିତିରେ ଚାରାରୋପଣର ଆବଶ୍ୟକତା ସମ୍ପର୍କରେ ତାତ୍ତ୍ୱିକ ଅଭିବ୍ୟକ୍ତି ବାଢ଼ିଥିଲେ । ବିଶିଷ୍ଟ ବୈଜ୍ଞାନିକ ଇଂ ସୁରେଶ ଚନ୍ଦ୍ର ଖଟୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ମନୁଷ୍ୟ ସମାଜ ପାଇଁ ଗଛର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ବ୍ୟାପକ ଚାରରୋପଣର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅନ୍ତତଃପକ୍ଷେ ଗୋଟିଏ ଚାରରୋପଣ କରି ଏହାର ଉପଯୁକ୍ତ ଲାଲନପାଳନ କରି ବୃକ୍ଷରେ ପରିଣତ କରିପାରିଲେ ବନ ମହୋତ୍ସବର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ସମାଜ’ ପ୍ରତିନିଧି ସତ୍ୟ ନାରାୟଣ ମିଶ୍ର ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଯାଦବାନନ୍ଦ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

- Advertisement -

ଉଦ୍‍ଯାପନୀ ସମାରୋହ ପୂର୍ବରୁ ଦୈନିକ ‘ସମାଜ’ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଚାରରୋପଣ କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟର ଯୁବରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀବାହିନୀ, ଜାତୀୟ ସେବା ସଂସ୍ଥା ଏବଂ ଗୋନାସିକା ମହାବିଦ୍ୟାଳୟ କେନ୍ଦୁଝରର ଛାତ୍ରଛାତ୍ରୀ, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝର ଶାଖାର ଲୁଲୁ ନାଏକ ଓ ସନ୍ତୋଷ କୁମାର ନାୟକ, ଗୋନାସିକା ଏଜୁକେସନାଲ ଟ୍ରଷ୍ଟ ଚେୟାରମ୍ୟାନ ରାଜଶ୍ରୀ ଖଟୋଇ, ସମାଜସେବୀ ମାନସିଂ ଦୁର୍ଗାପ୍ରସାଦ ନାୟକ ପ୍ରମୁଖ ଶତାଧିକ ମୂଲ୍ୟବାନ ଚାରାରୋପଣ କରିଥିଲେ ।

ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ସହକାରୀ ପ୍ରାଧ୍ୟାପିକା ଡ. ସରିତା ନାୟକଙ୍କ ସଂଯୋଗନାରେ ଅନୁଷ୍ଠିତ ଉଦ୍‍ଯାପନୀ ସମାରୋହ ପ୍ରାରମ୍ଭରେ ସମାଜ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ସହଯୋଗୀ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଯଶୋବନ୍ତ ନାରାୟଣ ସିଂବାବୁଙ୍କ ନେତୃତ୍ୱରେ ୩ଦିନଧରି ଅନୁଷ୍ଠିତ ଏହି ବନ ମହୋତ୍ସବରେ ୧୦୦୦ରୁ ଉଦ୍ଧ୍ୱର୍ ଚାରାରୋପଣ କରାଯାଇଥିବା ବେଳେ ଚଳିତମାସ ଶେଷ ସୁଦ୍ଧା ୩୦୦୦ଚାରାରୋପଣ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ସୁମନ୍ତ୍ର ନାଏକ, ଡ. ଶ୍ରୀଧର ସନ୍ୟାସୀ, ଶୁକଦେବ ତିରିଆ, ସଲମା କିସ୍କୁ, ଶାଶ୍ୱତ ପଣ୍ଡା, ଅନୀଲ କୁମାର ଦାସ ଏବଂ ସମାଜ କର୍ମଚାରୀ ପବିତ୍ର ବେହେରା ଓ ତାରିଣୀ ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିବା ସହ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories