ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। କାଲଟା ଫାଣ୍ଡି ଜାତୀୟ ରାଜପଥ ପୋଲ ତଳୁ ଏକ ମଣିଷ କଙ୍କାଳ ଉଦ୍ଧାର ହୋଇଛି। ଘଟଣା ସ୍ଥଳରୁ ଏକ ବ୍ୟାଗ୍ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ କଙ୍କାଳଟି କାହାର, ତାହା ସଠିକ୍ ଭାବେ ଜଣାପଡିନାହିଁ। କିନ୍ତୁ ଜବତ ହୋଇଥିବା ବ୍ୟାଗରୁ ଆଧାର କାର୍ଡ ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ମିଳିଛି। ଖବର ପାଇ କୋଇଡା ପୁଲିସ୍ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଖୋଳତାଡ ଜାରି ରଖିଛି।
Popular Categories



