www.samajalive.in
Saturday, December 13, 2025
26.1 C
Bhubaneswar

ଗୋଳନ୍ଥରା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ଗୋପାଳପୁର:  ଗୋଳନ୍ଥରା ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି। ଏକ ମାସ ମଧ୍ୟରେ ଥାନା ଇଲାକାରେ ଗୋଟିଏ ହତ୍ୟାକାଣ୍ଡ ସହ ଅନ୍ୟଟି ସ୍ତ୍ରୀ କୁ ପଟିପିଟି ମାରି ଦେଇଥିବା ପରି ମାମଲା ଘଟିଛି। ହେଲେ ପୁଲିସ୍ ଅଭିଯୁକ୍ତର ଟେର ପାଉନି। ଫଳରେ ଦିନକୁ ଦିନ ପୁଲିସ୍ ଉପରୁ ଜନସାଧାରଣଙ୍କ ବିଶ୍ୱାସ ଆଉ ଭରଷା ତୁଟିବାରେ ଲାଗିଛି । ଗତ ଜୁନ ୩୦ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା କେଦାରପୁରମ ଅଞ୍ଚଳର ବାଲୁ ରେଡ୍ଡି ନାମକ ଜଣେ ବ୍ୟକ୍ତି  ସୁନାପୁର ବେଳାଭୂମିରୁ ବଣ ଭୋଜି ସାରି ବାଇକରେ ଘରକୁ ଫେରୁଥିଲେ। ଏତିକିବେଳେ ଗୋଳନ୍ଥରା ଥାନା ବାଦି ଛକ ନିକଟରେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇ କଟୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ । ପୁଲିସ୍  ଏହି ଘଟଣାରେ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଏହି ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର୍ ରହିଥିଲେ। ସେହିପରି ଗତ ୧୫ ତାରିଖରେ ଜଗନ୍ନାଥପୁର ଓଡିଆରପି କଲୋନୀର ବଧୂ ରାଣୀ ମହାରଣା ଙ୍କ ସନ୍ଦେହଜନକ  ଭାବେ ମୃତ୍ୟୁ ଘଟିଥିଲା।  ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଥିଲା।  ଏହାରି ମଧ୍ୟରେ ଘଟଣାକୁ ୫ ଦିନ‌ ବସିବାକୁ ବସିଛି। ହେଲେ ପୁଲିସ ଅଭିଯୁକ୍ତ ର ଟେର ପାଇ ପାରିନାହିଁ। ତେଣୁ ପୁଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories