www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ-ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ଗତ ୨ ଦିନ ହେଲା ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। କେତେକ ସ୍ଥାନରେ ପୋଲ ଉପରେ ଜଳ ପ୍ରବାହିତ ହେଉଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଶୁକ୍ରବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାର ସ୍ଥିତି ଠିକ ନ ଥିଲା। ଶନିବାର ଜଳଭଣ୍ଡାର ଜଳସ୍ତର ବଢ଼ିବା ପରେ ସ୍ଥିତି ସୁଧୁରିଛି। ପାହାଡ଼ିଆ ଅଞ୍ଚଳରେ ଫ୍ଲାଶଫ୍ଲଡ(ହଠାତ ବର୍ଷା ଯୋଗୁ ବନ୍ୟା ଆସିବା) ହୋଇଛି। ମାଲକାନଗିରି ଜିଲାର ଅନେକ ସ୍ଥାନରେ ୨୦୦ରୁ ୨୨୧ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ରାସ୍ତା ଏବଂ ପୋଲରେ ପାଣି ଚାଲିଛି। ବାଳିମେଳା ଜଳଭଣ୍ଡାର ଜଳସ୍ତର ୩ ଫୁଟ ବଢ଼ିଛି। ଗତବର୍ଷ ତୁଳନାରେ ଏଥର ଜଳସ୍ତର ବୃଦ୍ଧି ପାଇଛି। ରେଙ୍ଗାଲି ବ୍ରାହ୍ମଣୀ ଜଳଭଣ୍ଡାର ଜଳସ୍ତର ୨ ମିଟର କମ୍‌ ରହିଛି। ଇନ୍ଦ୍ରାବତୀରେ ଗତବର୍ଷ ଏହି ସମୟରେ ୨୧ ପ୍ରତିଶତ ପାଣି ଥିଲା। ବର୍ତ୍ତମାନ ଇନ୍ଦ୍ରାବତୀରେ ୧୪ ପ୍ରତିଶତ ଜଳ ରହିଛି। ସେହିପରି ହୀରାକୁଦ ଜଳଭଣ୍ଡାର ସ୍ଥିତି ବି ଭଲ ନାହିଁ। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୧୧ ଫୁଟ ତଳେ ଅଛି। ଆସନ୍ତା ୨ ଦିନ ବର୍ଷା ପରେ ଜଳଭଣ୍ଡାର ସ୍ଥିତି ସୁଧୁରିବ। ଗତ ଜୁନ ୧ ତାରିଖରୁ ସବୁଠାରେ ବନ୍ୟା ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲାଯାଇଛି ବୋଲି ସେ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories