ପୋଲ ତଳକୁ ଖସିଲା ଘରୋଇ ବସ୍, ୪୦ ଆହତ

ବୌଦ୍ଧ: ବୌଦ୍ଧ ବାମଣ୍ଡା ନିକଟ ସୁନାଖାଇ ପୋଲ ତଳକୁ ଖସିଲା ବସ୍। ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରଧାନ ନାମକ ବସ୍‌ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାଉଥିଲା। ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ବସ୍‌ ଟି କୌଣସି କାରଣ ବଶତଃ ପୋଲ ତଳକୁ ଖସି ପଡିଥିଲା। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି। ପରେ ଖବର ପାଇ ସ୍ଥାନୀୟ ପୁଲିସ୍ ଏବଂ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେପଟେ ଡ୍ରାଇଭର ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚାଳନା କରିଥିବାରୁ ଏହି ଦୁର୍ଘଟଣା ଘଟିଥିବା ବସ୍ ଯାତ୍ରୀମାନେ ଅଭିଯୋଗ କରିଛନ୍ତି। କିନ୍ତୁ ଏନେଇ ପୁଲିସ୍ ର କୌଣସି ପ୍ରତିକ୍ରିୟା ମିଳିପାରିନି।

Comments are closed.