www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ପତ୍ତି ପାଇଁ ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କଲା ସ୍ୱାମୀ, କଟୁରୀରେ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ: ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ ଅଘଟଣ। ନୃସଂଶ ପାଲଟିଲା ସ୍ୱାମୀ। ଅତି ନିର୍ଦୟ ଭାବେ ସ୍ତ୍ରୀ, ପୁଅ ଓ ଶାଳୀକୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଛି। ଗୁଳି କରିବା ପରେ ସେମାନଙ୍କୁ କଟୁରୀରେ ଆକ୍ରମଣ କରିଛି। ସ୍ୱାମୀର ଏହି ମରଣାନ୍ତକ ଆକ୍ରମଣରେ ସ୍ତ୍ରୀ, ପୁଅ ଓ ଶାଳୀ ଗୁରୁତର ହୋଇପଡ଼ିଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର ପରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ସମସ୍ତ ୩ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଗୋବିନ୍ଦପୁର ପୁଲିସ ଘଟଣାସ୍ଥଳ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ଆକ୍ରମଣରେ ବ୍ୟବହୃତ ଦେଶୀ ବନ୍ଧୁକ ଓ କଟୁରୀ ପୁଲିସ ଜବତ କରିଛି। ସମ୍ପତି ପାଇଁ ସ୍ତ୍ରୀ, ପୁଅ ଓ ଶାଳୀକୁ ଦେଶୀ ବନ୍ଧୁକରେ ସ୍ୱାମୀ ଗୁଳି କରିବା ସହ ଘରେ ଥିବା କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି ବୋଲି ଗୋବିନ୍ଦପୁର ପୁଲିସ ସୂଚନା ଦେଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories