www.samajalive.in
Sunday, December 7, 2025
14.1 C
Bhubaneswar

ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ଵର: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି। ନୂଆ ସରକାର ନିକଟରେ ଏହି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ତେଣୁ ପୂର୍ବରୁ ବିଜେଡି ସରକାର ଏହାକୁ ଚାପି ଦେଇଥିଲେ। ବର୍ତ୍ତମାନ ବିଜେପି କ୍ଷମତାକୁ ଆସିଥିବାରୁ ଏହାର ସିବିଆଇ ତଦନ୍ତ ହେବା ଜରୁରୀ।

ସୂଚନାଯୋଗ୍ୟ, ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ନିକଟ ସମୁଦ୍ରରେ ମଙ୍ଗୋଲିଆର ଏକ ପଣ୍ୟବାହୀ ଜାହାଜ ଏମଭି ବ୍ଲାକରୋଜ ବୁଡ଼ି ଯାଇଥିଲା। ଜାହାଜରେ ଥିବା ୨୪ ହଜାର ମେଟ୍ରିକ ଟନ ଲୌହ ଧାତୁ ଏବଂ ୯୨୦ ମେଟ୍ରିକ ଟନ ଫରନେସ ତୈଳ ସମୁଦ୍ରରେ ବୁଡ଼ି ଯାଇଥିଲା। ଏହା ଦ୍ଵାରା ସମୁଦ୍ରରେ ଉକ୍ତ ଅଞ୍ଚଳର ଜୈବ ବିବିଧତା ପ୍ରଭାବିତ ହୋଇଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories