www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ରସଗୋଲା ଦିବସ: ମା’ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ

ସମାଜ ଡିଜିଟାଲ ଡେସ୍କ: ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଭାବେ ପାଳନ ହେଉଛି ଏହି ରସଗୋଲା ଦିବସ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ରହିଛି ଏହି ରସଗୋଲା । ନୀଳାଦ୍ରି ବିଜେରେ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ । ଏହି ପରମ୍ପରା ଅନୁଯାୟୀ ଓଡ଼ିଶାର ରସଗୋଲାକୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ମହାପ୍ରଭୁଙ୍କ ମାନବୀୟ ଲୀଳାରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲାର ସମ୍ପୃକ୍ତି ଶେଷରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତାର ଅନ୍ୟତମ ପ୍ରମୁଖ ଆଧାର ପାଲଟିଥିଲା । ସଂସ୍କୃତି ପ୍ରେମୀ ଓ ଗବେଷକଙ୍କ ଉଦ୍ୟମରେ ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା । ରସଗୋଲାର ଭୌଗଳିକ ଉତ୍ପତ୍ତି ଯେ ଓଡ଼ିଶାର ଏହା ପ୍ରମାଣିତ ମଧ୍ୟ ହୋଇଥିଲା । ନବଦିନାତ୍ମକ ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ନେଇ ଶ୍ରୀଜଗନ୍ନାଥ ଯାଇନଥିବାରୁ ଅଭିମାନ କରିଥିଲେ ମା ଲକ୍ଷ୍ମୀ । ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ରସଗୋଲା ଭୋଗର ଉତ୍ପତ୍ତି ହୋଇଥିବା ଗବେଷକମାନେ ମତ ଦିଅନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories