www.samajalive.in
Tuesday, December 9, 2025
16.1 C
Bhubaneswar

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଓ ସଚେତନତା ଅଭିଯାନ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତି ସମୁହ ଆନୁକୁଲ୍ୟରେ ବେଣ୍ଟପଦା ପଞ୍ଚାୟତ କାର୍ଯ୍ୟାଳୟଠାରେ ବୁଧବାର ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‍ଲମ ଏଥିରେ ସଂଯୋଜନା କରି ବିଶେଷକରି ବର୍ଷାଋତୁରେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ରୋଗର ପ୍ରାଦୁର୍ଭାବରୁ ରକ୍ଷାପାଇଁ ସଚେତନତା ଓ ସତର୍କତା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।

ଏଥିରେ ସମ୍ମାନିତ ବକ୍ତା ଭାବେ ଜିଲ୍ଲା କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରିଦର୍ଶକ ବିଜୟ କୁମାର ବେଉରା ଯୋଗଦେଇ ଗାଁ ଗହଳି ଏପରିକି ସହରାଞ୍ଚଳରେ ଲୋକମାନଙ୍କର ସଚେତନତା ଓ ସତର୍କତା ଅଭାବରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ବ୍ୟାପୁଛି ବୋଲି ପ୍ରକାଶ କରିଥିଲେ । ନିଜ ଘର ଚତୁଃପାଶ୍ୱର୍କୁ ସଫାସୁତୁରା ରଖିବା ସହିତ କୌଣସି ସ୍ଥାନରେ ଅଧିକ ଦିନ ପାଣି ଜମା ରହିବାକୁ ନଦେବା ଓ ଘର ପାଖରେ ଖାଲଖମା ଥିଲେ ପୋତିଦେବା, ଆଖପାଖରେ ପଡିଥିବା ଅଦରକାରୀ ପାତ୍ର ନଷ୍ଟ କରିଦେବା ଆବଶ୍ୟକ । ମଶାରୀ ବ୍ୟବହାର ସହିତ ଆବଶ୍ୟକସ୍ଥଳେ ମଶାନାଶକ ତେଲ ବା ଧୂପ ଲଗାଇବା ଲାଗି ସେ ପରାମର୍ଶ ଦେଇଥିଲେ ।

- Advertisement -

ଏବେ ଗାଁ କଲ୍ୟାଣ ସମିତିର ସହାୟତାରେ ପ୍ରତି ଗ୍ରାମରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ଘରେ ଘରେ ପହଞ୍ଚି ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ରୋଗୀଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ସେମାନଙ୍କୁୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାଲାଗି ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଅସଲମ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସିଏଚଓ, ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦାନ କରି ସହଯୋଗ କରିଥିଲେ ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories