www.samajalive.in
Saturday, December 6, 2025
17.1 C
Bhubaneswar

ନିଟ୍‌ ଦୁର୍ନୀତି ମାମଲା ; ଏମ୍ସର ୩ ଡାକ୍ତର ଗିରଫ

ପାଟନା : ନିଟ୍‌ ୟୁଜି ଦୁର୍ନୀତି ମାମଲାରେ ଏକ ବଡ ଖବର ଗୁରୁବାର ସାମ୍ନାକୁ ଆସିଛି । ଏହି ମାମଲାରେ ସିବିଆଇ ବୁଧବାର ପାଟନା ଏମ୍ସର ୩ ଜଣ ଡାକ୍ତରଙ୍କୁ ଗିରଫ କରି ପଚରାଉଚରା କରୁଛି । ୩ ଜଣ ଡାକ୍ତରଙ୍କର ଲାପଟପ୍‌ ଓ ମୋବାଇଲ୍‌ କୁ ମଧ୍ୟ ଜବତ କରାଯାଇଛି । ଏମାନେ ନିଟ୍‌ ଦୁର୍ନୀତି ମାମଲାରେ ଜଡିତ ରହିଥିବା ଅଭିଯୋଗ ରହିଛି । ଉକ୍ତ ୩ ଡାକ୍ତର ୨୦୨୧ ବ୍ୟାଚ୍‌ ର ଛାତ୍ର । ସିବିଆଇ ୨ ଦିନ ପୂର୍ବରୁ ନିଟ୍‌ ପେପର୍‌ ଲିକ୍‌ ମାମଲାରେ ପଙ୍କଜ କୁମାରଙ୍କୁ ପାଟନାରୁ ଗିରଫ କରିଥିଲା। ତାଙ୍କ ବନ୍ଧୁ ରାଜୁ ହଜାରୀବାଗରୁ ଧରା ପଡିଥିଲେ।
ସୂତ୍ରରୁ ଜଣାପଡିଛି ପଙ୍କଜ ଓ ରାଜୁଙ୍କୁ ପଚରାଉଚରା କରିବାରୁ ସିବିଆଇ ହାତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିଛି । ଏହାପରେ ପାଟନା ଏମ୍ସର ୩ ଜଣ ଡାକ୍ତରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଏମାନଙ୍କ କକ୍ଷ ମଧ୍ୟ ସିଲ୍‌ କରାଯାଇଛି । ଆଜି ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ ।
ନିଟ୍‌ ୟୁଜି ମାମଲାରେ ପ୍ରଶ୍ନପତ୍ର ଲିକ୍‌ ସହ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories