www.samajalive.in
Sunday, December 14, 2025
15.1 C
Bhubaneswar

ବୁଡିଯାଇଥିବା ଓମାନ ତେଲ ଟ୍ୟାଙ୍କରରେ ୧୩ ଭାରତୀୟ, ନୌସେନା ପଠାଇଲା ଯୁଦ୍ଧ ଜାହାଜ

ଡେସ୍କ: ଓମାନରେ ତେଲ ଟ୍ୟାଙ୍କର ବୁଡିଯିବା ପରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନାର ଏକ ଯୁଦ୍ଧ ଜାହାଜ ଏବଂ ଏକ ପି-୮ଆଇ ସାମୁଦ୍ରିକ ପାଟ୍ରୋଲିଂ ବିମାନକୁ ପଠାଯାଇଛି। ଓମାନର ରାସ ମଦରାକାଠାରୁ ପ୍ରାୟ ୨୫ ନଟିକାଲ ମାଇଲ ଦକ୍ଷିଣ ପୂର୍ବରେ ଏକ କୋମୋରୋସ୍ ପତାକା ଥିବା ତୈଳ ଟ୍ୟାଙ୍କର ଏମଭି ପ୍ରେଷ୍ଟିଜ୍ ଫାଲକନ୍ ବୁଡ଼ିଯିବା ପରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଏବଂ ପି-୮ଆଇ ସାମୁଦ୍ରିକ ପାଟ୍ରୋଲିଂ ବିମାନ ପଠାଇଛି। ଟ୍ୟାଙ୍କରରେ ୧୩ ଜଣ ଭାରତୀୟ ଏବଂ ୩ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ମିଶାଇ ମୋଟ ୧୬ ଜଣ କର୍ମଚାରୀ ଥିବା ଜଣାପଡିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁଦ୍ଧ ଜାହାଜକୁ ସନ୍ଧାନ ଏବଂ ଉଦ୍ଧାର ସହାୟତା ପ୍ରଦାନ କରିବା ନିମନ୍ତେ ଅଳ୍ପ ସମୟ ପାଇଁ ପଠାଯାଇଥିଲା। ଅଶାନ୍ତ ସମୁଦ୍ର ଓ ପ୍ରବଳ ପବନ ସତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଓମାନ ଉପକୂଳରେ ରବିବାର ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ବେଳେ ଜାହାଜଟି ଏକ ବିପର୍ଯ୍ୟୟ ସଙ୍କେତ ଦେଇଥିଲା।

୭ ବର୍ଷରେ ୮୪ ହଜାର ଶିଶୁଙ୍କୁ ଉଦ୍ଧାର କରିଛି ରେଳବାଇ ସୁରକ୍ଷା ବଳ

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories