www.samajalive.in
Wednesday, December 10, 2025
16.1 C
Bhubaneswar

ଇଲେକ୍ଟ୍ରିକ୍ କାରରେ ୧ ଲକ୍ଷ ଟଙ୍କା, ଦୁଇ ଚକିଆ ଇଭିରେ ୫ ହଜାର ଟଙ୍କା ରିହାତି ଘୋଷଣା କଲେ ସରକାର

ନୂଆଦିଲ୍ଲୀ : ୟୁପି ସରକାର ରାଜ୍ୟରେ ହାଇବ୍ରିଡ୍ ଗାଡି ଉପରେ ରୋଡ୍ କର ଛାଡ କରିଛନ୍ତି । ଏହା ପରେ ଗ୍ରାହକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ମିଳିବ । ଯୋଗୀ ସରକାର ସାରା ରାଜ୍ୟରେ ଇଭି କ୍ରୟରେ ସବସିଡିକୁ ମଧ୍ୟ ବଢାଇ ଦେଇଛନ୍ତି । କମ୍ପାନୀ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନରେ ୫ ହଜାର ଓ ୪ ଚକିଆ ଯାନରେ ୧ ଲକ୍ଷ ଟଙ୍କାର ସବସିଡି ଦେଉଛନ୍ତି । ଗ୍ରାହକଙ୍କୁ ଏହାର ଫାଇଦା ୨୦୨୭ ପର୍ଯ୍ୟନ୍ତ ମିଳିବ ।

ଯୋଗୀ ଆଦିତ୍ୟନାଥ ସରକାର ଇଲେକ୍ଟ୍ରିକ୍ ଗାଡିକୁ ପ୍ରୋତ୍ସାହନ ଦେବା ନିମନ୍ତେ ସବସିଡି ଯୋଜନା ଆରମ୍ଭ କରିଥିଲେ । ଏବେ ସରକାର ଏନେଇ ନୂଆ ଅଧିସୂଚନା ଜାରି କରିଦେଇଛନ୍ତି । ଯାହାର ଫାଇଦା ୨୦୨୭ ପର୍ଯ୍ୟନ୍ତ ମିଳିବ । ଦୁଇଚକିଆ ଇଭି ପାଇଁ ୧୦୦ କୋଟି ଓ ଚାରିଚକିଆ ଇଭି ପାଇଁ ୨୫୦ କୋଟି ବଣ୍ଟନ କରାଯାଇଛି । ୨ ଚକିଆ ଇଭିରେ ୫ ହଜାର ଟଙ୍କା ଓ ୪ ଚକିଆ ଇଭିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହାର ଫାଇଦା ୨୫ ହଜାର ୪ ଚକିଆ ଗାଡିକୁ ମିଳିବ । ଗାଡି କ୍ରୟ କରୁଥିବା ଲୋକଙ୍କୁ କେବଳ ଗୋଟିଏ ଗାଡିରେ ହିଁ ଏହି ସବସିଡି ମିଳିବ ।

- Advertisement -

ୟୁପି ସରକାର ହାଇବ୍ରିଡ୍ କାରରେ ମଧ୍ୟ ସବସିଡିର ଘୋଷଣା କରିଛନ୍ତି । ମାରୁତି ସୁଜୁକି, ହୋଣ୍ଡା କାର୍ସ ଇଣ୍ଡିଆ ଓ ଟୋୟୋଟା କିଲୋର୍ସ୍କର ମୋଟର ଭଳି କମ୍ପାନୀମାନଙ୍କୁ ୟୁପି ସରକାରଙ୍କ ଏହି ନିଷ୍ପତ୍ତିର ବଡ ଫାଇଦା ହେବା  ଆଶା ରହିଛି । କାରଣ ଭାରତୀୟ ବଜାରରେ ଏହି କମ୍ପାନୀମାନଙ୍କ ଅନେକ ହାଇବ୍ରିଡ୍ କାର୍ ବିକ୍ରି ହେଉଛି ।

‘୪ ସ୍ତ୍ରୀ ଏବଂ ୩୬ ସନ୍ତାନ’ ବିକାଶର ପରିପନ୍ଥୀ; ଏଭଳି ମନ୍ତବ୍ୟ ଦେଇ ବିବାଦରେ ବିଜେପି ବିଧାୟକ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories