www.samajalive.in
Sunday, December 14, 2025
14.1 C
Bhubaneswar

ଏମିତି ଚିକେନ ପ୍ରସ୍ତୁତ କଲେ ପାଟିରୁ ଛାଡିବନି..

ଆବଶ୍ୟକ ସାମଗ୍ରୀ
ଚିକେନ
ଅଦାରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଚାଟ ମସଲା – ଅଳ୍ପ
ବେସନ – ୨ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଗରମ ମସଲା – ୧ ଚାମଚ
ଚିକେନ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡ ଗୁଡ଼ିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଧୋଇବା ପରେ ଛୁରୀ ଦ୍ୱାରା ଏହାକୁ ମଝିରେ ଅଳ୍ପ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ବଟର ପକାଇ ସମସ୍ତ ପ୍ରକାରର ମସଲାକୁ ବଟରରେ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମସଲା ମିଶ୍ରଣକୁ ଧୋଇ କରି ରଖିଥିବା ଚିକେନ ଖଣ୍ଡରେ ଭଲ ଭାବେ ଲଗାନ୍ତୁ। ଏହାପରେ ଏହି ଚିକେନକୁ କିଛି ସମୟରେ ଫ୍ରିଜରେ ରଖିଦିଅନ୍ତୁ। ୧୦ ମିନିଟ ପରେ ଫ୍ରିଜରୁ ବାହାର କରି ଦିଅନ୍ତୁ। ଏବେ ଗ୍ୟାସରେ ଲଗାଇ ନନଷ୍ଟିକ କଡ଼େଇ ବସାଇ ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରୁ କାଢି ଥିବା ଚିକେନକୁ ତେଲରେ ପକାଇ ୩ ରୁ ୪ ମିନିଟ ଫ୍ରାଏ କରି ଦିଅନ୍ତୁ। ଫ୍ରାଏ କରିବା ପରେ ଏହାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏବେ ଏହି ଛଣା ଚିକେନରେ ବଟର ଲଗାଇ ଗ୍ୟାସରେ ଏକ ତାର ଜାଲି ରଖି ଏହି ଚିକେନ ଗୁଡ଼ିକର ଦୁଇଟି ପଟକୁ ହାଲକା ଭାବେ ସେକି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସେକା ମସଲା ଚିକେନ୍‌‌। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories