www.samajalive.in
Monday, December 8, 2025
27.1 C
Bhubaneswar

ଅଗଷ୍ଟ ୯ରେ ପରଦାକୁ ଆସିବ ‘ଭଗିଆ ଭାରିଯା’

ଭୁବନେଶ୍ଵର: ଭଲ ସିନେମାର ଦରଜା-‘ଭଗିଆ ଭାରିଯା’। ଏମିତି ଏକ ଦୃଢ଼ ଆତ୍ମବିଶ୍ବାସ ନେଇ ଆସୁଛି ହରିବୋଲ ଏଣ୍ଟରଟେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ ନୂଆ ସିନେମା ‘ଭଗିଆ ଭାରିଯା’। ‘ଦମନ’, ‘ପ୍ରତୀକ୍ଷା’ ଓ ‘ପାବାର’ ପରେ ଏହାକୁ ସେମିତି ଏକ ପ୍ରତିନିଧି ଶ୍ରେଣୀୟ ଏବଂ ମୌଳିକ କାହାଣୀର ଦରଜା ଦିଆଯାଇପାରେ ବୋଲି କହିଛନ୍ତି ନିର୍ମାତା । ବୁଧବାର ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଆଗାମୀ ଅଗଷ୍ଟ ୯ ତାରିଖରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଚଳଚ୍ଚିତ୍ରର ଅନ୍ୟତମ ପ୍ରଯୋଜକ ଡ. ଭୀଷ୍ମ ରଥ । ବର୍ତ୍ତମାନ ସମୟରେ ଓଡ଼ିଆ ସିନେମାର ସ୍ଥିତି ସୁଧାରିବା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଏଣୁ ‘ଭଗିଆ ଭାରିଯା’ ଟିମ୍ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ଚଳଚ୍ଚିତ୍ର ସାମ୍ବାଦିକଙ୍କୁ ଭେଟି ସେମାନଙ୍କ ସହାୟତା ଲୋଡ଼ାଯିବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ଏହି ଚଳଚ୍ଚିତ୍ରର ଦର୍ଶକଙ୍କ ପାଇଁ ରହିଛି ବିଦେଶ ଭ୍ରମଣର ସୁଯୋଗ । ସିନେମା ଦେଖି ସବୁଠାରୁ ଉତ୍ତମ ମତାମତ ଦେଇଥିବା ସୌଭାଗ୍ୟଶାଳୀ ବିଜେତା ଏବଂ ତାଙ୍କ ପରିବାରକୁ ମାଲେସିଆ ଯିବାର ସୁଯୋଗ ମିଳିବ। ବୋଧହୁଏ ଓଲିଉଡ ଇତିହାସରେ ଏପରି ଘଟଣା ପ୍ରଥମ। ଏହି ସାମ୍ୱାଦିକ ସମ୍ମିଳନୀରେ ନାୟକ ହରି, ନାୟିକା ଦେବଯାନୀ, ବବି ମିଶ୍ର, ପୁପିନ୍ଦର ଏବଂ ଅନ୍ୟତମ ପ୍ରଯୋଜକ ଡ. ଭୀଷ୍ମ ରଥ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବହୁ କଳାକାର ଓ ଟେକ୍ନିସିଆନ ଯୋଗ ଦେଇଥିଲେ ।

- Advertisement -

ଆଜିକାଲି ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଏକ ଫ୍ୟାସନ ହୋଇଗଲାଣି । ସାତରୁ ସତୁରୀ ସମସ୍ତେ ଏବେ ରିଲ୍ସ ମାୟାରେ ବାୟା । ସମସ୍ତେ ଯେ ଏଥିରେ ମାତି ଖରାପ ବାର୍ତ୍ତା ଦେଉଛନ୍ତି ତାହା ନୁହେଁ, ଅନେକ ଭଲ ବାର୍ତ୍ତା ବି ଦେଉଛନ୍ତି। ସେହିପରି ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଯାକୁ ଏହି ନିଶା ଘାରିଛି । ରିଲ୍ସ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ସେ ଲକ୍ଷ୍ୟ ରଖିଛି । ହେଲେ ସେ ଲକ୍ଷ୍ୟ କେବେ ପୂରଣ ହେଉଛି ତାହା ଜାଣିବାକୁ ଫିଲ୍ମ ରିଲିଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ରିଲିଜ୍ ତାରିଖ ଘୋଷଣା ସରିଛି । ଅଗଷ୍ଟ ୯ରେ ମୁକ୍ତିଲାଭ କରିବାକୁ ଯାଉଛି ‘ଭଗିଆ ଭାରିଯା’ । ହରିବୋଲ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ହରିହର ମହାପାତ୍ର । ଏଥିରେ ସେ ନାୟକ ଭଗିଆ ଚରିତ୍ରରେ ଅଭିନୟ କରିବା ସହିତ ପ୍ରଯୋଜନାର ଗୁରୁ ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ତାଙ୍କର ନାୟିକା ଅଛନ୍ତି ଦେବଯାନୀ। ଅନ୍ୟାନ୍ୟ ଚରିତ୍ରରେ ବବି ମିଶ୍ର ଓ ପୁପିନ୍ଦରଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ସେ ବାପି ନାଁରେ ଓଲିଉଡରେ ବେଶ୍ ଜଣାଶୁଣା । ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର । ଡିଓପିରେ ମୁମ୍ବଇରେ ରହୁଥିବା ଓଡ଼ିଆ କ୍ୟାମେରାମ୍ୟାନ୍ ମାନସ ମିଶ୍ର ଥିବାବେଳେ ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର ମଳୟ ମିଶ୍ର । ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍‌ଟି ଏବେ ଟ୍ରେଣ୍ଡିଙ୍ଗରେ ରହିଛି । ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ । ଚଳଚ୍ଚିତ୍ରଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି । ଡିଆଇ ଚେନ୍ନଇଠାରେ କରାଯାଇଥିବାବେଳେ ବିଜିଏମ୍ କରାଯାଇଛି ମୁମ୍ବଇଠାରେ । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିନେମାରେ ମନୋରଞ୍ଜନର ଭରପୂର ଖୋରାକ ରହିଛି । ‘ଭଗିଆ ଭାରିଯା’ ସମୁଦାୟ ୪୦ଟି ହଲରେ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ପ୍ରଯୋଜନା ସଂସ୍ଥା ଏହାର ମୁକ୍ତିଲାଭକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories