www.samajalive.in
Sunday, December 7, 2025
14.1 C
Bhubaneswar

୯୯ ପ୍ରତିଶତ ଲୋକ ଭୁଲ ଉପାୟରେ ଖାଉଛନ୍ତି ଫଳ, ଜାଣନ୍ତୁ ସଠିକ୍‍ ଉପାୟ

ସମାଜ ଡିଜିଟାଲ ଡେସ୍କ: ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅନେକ ଲାଭଦାୟକ ହୋଇଥାଏ । ଫଳରେ ସବୁ ପ୍ରକାର ଜରୁରୀ ପୋଷକ ତତ୍ତ୍ୱ, ଭିଟାମିନ୍‍ ଏବଂ ଫାଇବର୍‍ ଶରୀରକୁ ମିଳିଥାଏ । ଫଳ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ, ରକ୍ତହୀନତା ଦୂର ହେବା ସହ ଶରୀର ବିକାଶରେ ଉନ୍ନତି ହୁଏ, ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଆୟୁର୍ବେଦ ଚିକିତ୍ସା ପଦ୍ଧତି ଅନୁସାରେ ସମସ୍ତ ଖାଦ୍ୟ ଖାଇବାର ଯେପରି କିଛି ନିୟମ ରହିଛି ସେହିପରି ଫଳ ଖାଇବାର ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ଓ ଉପାୟ ରହିଛି । ଭୁଲ ସମୟରେ ଏବଂ ଭୁଲ ଉପାୟରେ ଫଳ ଖାଇବା ଦ୍ୱାରା ଶରୀର ପାଇଁ ଲାଭଦାୟକ ପରିବର୍ତ୍ତେ ହାନିକାରକ ହୋଇପାରେ । ଆୟୁର୍ବେଦ ଅନୁଯାୟୀ ଅନ୍ୟ ଖାଦ୍ୟ ତୁଳନାରେ ଫଳ ଗୁଡିକ ହାଲୁକା ଏବଂ ହଜମ ହେବା ପାଇଁ ସହଜ ଅଟେ । ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ସହିତ ଫଳ ଖାଇବା ଅନୁଚିତ । ଏହାଦ୍ୱାରା ପେଟ ରୋଗ ସମସ୍ୟା ବଢିପାରେ । ଖାଇବା ପୂର୍ବରୁ ଫଳ ଖାଇଲେ ପେଟରେ ଏହା ଗଚ୍ଛିତ ହୋଇ ରହିଥାଏ । କିଛି ସମୟରେ ଭାରି ଖାଦ୍ୟ ଖାଇଲେ ତାହା ହଜମ ହେବାରେ ସମସ୍ୟା ଉପୁଜିବା ସହ ଖାଦ୍ୟ ବିଷାକ୍ତ ହୋଇ ପେଟ ରୋଗ ସମସ୍ୟାକୁ ବଢାଇଥାଏ । ଏହି କାରଣରୁ ଖାଦ୍ୟ ସହିତ କିମ୍ବା ପରେ ଫଳ ଖାଇବା ଅନୁଚିତ ।

ସଠିକ୍‍ ଉପାୟ:
ଆୟୁର୍ବେଦ ଅନୁଯାୟୀ ଖାଇବର ୧ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ୨ଘଣ୍ଟା ପରେ ଫଳ ଖାଇପାରିବେ ।
ଭୋଜନ କରିବା ବେଳେ କେବେ ବି ଫଳ ଖାଆନ୍‍ତୁ ନାହିଁ ।
ଫଳକୁ କ୍ଷୀର କିମ୍ବା ଦହି ସହିତ ମିଶାଇ ଖାଆନ୍ତୁ ନାହିଁ
ଯଦି ଆପଣ ଫଳ ଗୁଡିକ ଠିକ୍‍ ଭାବେ ଚୋବାଇ ଖାଇ ପାରୁନାହାଁନ୍ତି ତେବେ ଫଳକୁ ଜୁସ କରି ପିଇପାରିବେ ।
ସକାଳୁ ଏବଂ ରାତିରେ ଫଳ କେବେ ବି ଖାଆନ୍ତୁ ନାହିଁ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories