www.samajalive.in
Saturday, December 6, 2025
26.1 C
Bhubaneswar

ସଂରକ୍ଷଣକୁ ନେଇ ବାଂଲାଦେଶରେ ସଂଘର୍ଷ : ୫ ମୃତ

ମୁମ୍ବଇ : ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ମଙ୍ଗଳବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ଅନ୍ୟୂନ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗଣ୍ଡଗୋଳକାରୀଙ୍କୁ ଘଉଡାଇବା ନିମନ୍ତେ ପୁଲିସ ପକ୍ଷରୁ ଲୁହବୁହା ବାଷ୍ପ ଏବଂ ରବର ଗୁଳିମାଡ କରାଯାଇଥିଲା। ସୂଚନାଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ପରେ ଛାତ୍ରମାନେ ପ୍ରାୟ ପ୍ରତିଦିନ ଆନ୍ଦୋଳନ କରିବା ସହିତ ମେଧା ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି କରିଆସୁଛନ୍ତି। ସୂଚନା ଅନୁଯାୟୀ କେତେକ ନିର୍ଦିଷ୍ଟ ବର୍ଗଙ୍କ ନିମନ୍ତେ ସିଭିଲ ସର୍ଭିସ ପଦରେ ମଧ୍ୟ ଅର୍ଦ୍ଧାଧିକ ସଂରକ୍ଷଣ କରାଯାଇଛି। ସେମାନଙ୍କ ମଧ୍ୟରେ ବାଂଲା ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ବୀରମାନଙ୍କର ସନ୍ତାନ ସନ୍ତତି ମଧ୍ୟ ଅଛନ୍ତି। ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ କୁହାଯାଇଛି ଯେ, ସଂରକ୍ଷଣ ବ୍ୟବସ୍ଥା ଦ୍ବାରା ସରକାର ସମର୍ଥିତ ଗୋଷ୍ଠୀଗୁଡିକ ଫାଇଦା ପାଉଛନ୍ତି। ମଙ୍ଗଳବାର ଏହି ବିରୋଧୀ ଛାତ୍ର ଗୋଷ୍ଠୀ ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ପଦଯାତ୍ରା କରିବା ସହିତ ସ୍ଲୋଗାନ ଦେଇଥିଲେ। ଏପରିକି ସଂରକ୍ଷଣ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଥିଲା। ଢାକା ମେଟ୍ରୋପଲିଟାନ ପୁଲିସ ମୁଖପାତ୍ର ଫାରୁକ ହୋସେନ୍‌ କହିଛନ୍ତି, ରାଜଧାନୀର ଡଜନରୁ ଅଧିକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ସେଥିରେ ଶହ ଶହ ସଂଖ୍ୟାରେ ଛାତ୍ର ସାମିଲ ହୋଇଥିଲେ। ଏପରିକି ସେମାନେ ରେଳପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ସଂଘର୍ଷରେ ଚିଟାଗଙ୍ଗରେ ଜଣେ ଶ୍ରମିକ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅନୁରୂପ ଭାବରେ ଢାକାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଜଣେ ଛାତ୍ରୀ କହିଛନ୍ତି, ଶାସକ ଦଳର ଯୁବ ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories