www.samajalive.in
Sunday, December 7, 2025
26.1 C
Bhubaneswar

ଜିଓ, ଏୟାରଟେଲର ହୋସ୍ ଉଡାଇଲା ବିଏସଏନଏଲ୍ ! ଉପଭୋକ୍ତାଙ୍କ ପାଇଁ ଆଣିଲା ଏମିତି ପ୍ଲାନ୍

ନୂଆଦିଲ୍ଲୀ : ଭାରତର ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଖୁବ୍ ଶୀଘ୍ର ସାରା ଦେଶରେ ନିଜ ୪ଜି ସେବା ଆରମ୍ଭ କରିବ । ଏହି ଖବର ସାମାଜିକ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହେଉଛି । ଅନ୍ୟ ସମସ୍ତ ଘରୋଇ କମ୍ପାନୀମାନେ ନିଜ ପ୍ଲାନର ଦାମ୍ ବଢାଇ ଦେଇଛନ୍ତି । ଏହି ସମୟରେ ବିଏସଏନଏଲ୍ ଏକ ଖାସ୍ ପ୍ଲାନ୍ ନେଇଆସିଛି ଯାହା ଥରେ ରିଚାର୍ଜ କଲେ ବର୍ଷେ ଚାଲିବ । ଏଥିରେ ପ୍ରତିଦିନ ୨ ଜିବି ଡାଟା, ଅନଲିମିଟେଡ୍ କଲିଂ ଏବଂ ଅନେକ ବେନିଫିଟ୍ସ ମିଳିବ । ଆସନ୍ତୁ ଜାଣିବା ବିଏସଏନଏଲର ୨,୩୯୯ ପ୍ଲାନ୍ ସମ୍ପର୍କରେ..

ଏହି ପ୍ଲାନର ଦାମ୍ ୨୩୯୯ ଟଙ୍କା ଅର୍ଥାତ୍ ପ୍ରତି ମାସିକ ପ୍ରାୟ ୧୮୫ ଟଙ୍କା । ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୨ ଜିବି ହାଇ ସ୍ପିଡ୍ ଡାଟା, ପ୍ରତିଦିନ ୧୦୦ ଫ୍ରି ଏସଏମଏସ୍ ଏବଂ ସାରା ଦେଶରେ କୌଣସି ବି ନେଟଓ୍ବର୍କକୁ ଅନଲିମିଟେଡ୍ କଲିଂ ମିଳିବ । ଏହା ସହିତ ଜିଙ୍ଗ ମ୍ୟୁଜିକ୍, ବିଏସଏନଏଲ୍ ଟ୍ୟୁନ୍, ହାର୍ଡି ଗେମ୍ସ ଭଳି ଅନେକ ଫାଇଦା ମିଳିବ । କହିରଖୁଛୁ ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍ ଭଳି ବଡ ପ୍ରାଇଭେଟ୍ ଟେଲିକମ୍ କମ୍ପାନୀମାନେ ନିକଟରେ ନିଜ ପ୍ଲାନର ଦାମ୍ ବଢାଇ ଦେଇଛନ୍ତି । ଏହା ଫଳରେ କୋଟି କୋଟି ଲୋକଙ୍କୁ ଝଟକା ଲାଗିଛି । ଏହା ମଧ୍ୟରେ ବିଏସଏନଏଲ୍ ଶସ୍ତା ପ୍ଲାନ୍ ଆଣି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି ।

ଦେବୀ ସୁଭଦ୍ରାଙ୍କ ରଥରୁ ଅଣସେବାୟତଙ୍କୁ ଟାଣିଆଣିଲେ ମୁଖ୍ୟ ପ୍ରଶାସକ

- Advertisement -

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories