www.samajalive.in
Sunday, December 7, 2025
18.1 C
Bhubaneswar

ବିବାହରେ ଅତିଥିଙ୍କୁ ଦେଢ କୋଟି ଟଙ୍କାର ଘଣ୍ଟା ଉପହାର

ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଦେଢ କୋଟି ଟଙ୍କାର ଦାମୀ ଘଣ୍ଟା ଉପହାର ଦିଆଯାଇଛି। ଅନନ୍ତ ଓ ରାଧିକାଙ୍କ ବ୍ୟବବହୁଳ ବିବାହ ଉତ୍ସବକୁ ଆସିଥିବା କିଛି ସ୍ବତନ୍ତ୍ର ଅତିଥି ବିଶେଷ କରି ବଲିଉଡ ଅଭିନେତା ଶାହାରୁଖ ଖାଁ, ରଣବୀର ସିଂହ, ଶିଖର ପାହାଡିଆ, ବୀର ପାହାଡିଆ ଓ ଅନ୍ୟମାନଙ୍କୁ ହାତ ଘଣ୍ଟା ଉପହାର ଦିଆଯାଇଛି। ଉପହାର ଦିଆଯାଇଥିବା ପ୍ରତି ହାତ ଘଣ୍ଟାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା। ଉପହାର ଦିଆଯାଇଥିବା ଘଣ୍ଟାର ଫଟୋ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ସୁଇଜରଲ୍ୟାଣ୍ଡର ଅଡେମାର୍ସ ପିଗେଟ୍‌ ଘଣ୍ଟା ଅତିଥିମାନଙ୍କୁ ଉପହାର ଦିଆଯାଇଥିଲା। ୧୮ କ୍ୟାରେଟ୍ ସୁନାରେ ତିଆରି ପିଙ୍କ୍‌ ରଙ୍ଗର ଏହି ଘଣ୍ଟାର ମୋଟେଇ ୯.୨ ମିମି। ଏଥିରେ ଲୁମିନେସେଣ୍ଟ କୋଟିଂ ରହିଛି। ଜୁଲାଇ ୧୨ରେ ଅନନ୍ତ-ରାଧିକାଙ୍କ ବିବାହ ମୁମ୍ବଇର ଜିଓ ୱାର୍ଲ୍ଡ କନଭେସସେଣ୍ଟରରେ ଅନୁଷ୍ଠିତ ହୋଇଛି। ୧୩ ତାରିଖରେ ଶୁଭ ଆଶୀର୍ବାଦ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦ୍ବାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ଓ ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ୧୪ ତାରିଖରେ ବିବାହ ଭୋଜି ଉତ୍ସବ ଅନୁଷ୍ଠିତ​‌ ହୋଇଛି। ଏହି ବିବାହରେ ୫ହଜାର କୋଟି ଟଙ୍କା ବ୍ୟୟ ହୋଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories