www.samajalive.in
Tuesday, December 9, 2025
23.1 C
Bhubaneswar

କଟକ ନର୍ସିଂହୋମ ଅଗ୍ନିକାଣ୍ଡ, ୧୨ ନବଜାତକ ସମେତ ୮ ଗୁରୁତର ଉଦ୍ଧାର

ଡେସ୍କ: କଟକ ପୁରୀଘାଟ ଥାନା ନିକଟସ୍ଥ ତ୍ରିଶା (ରାଧାରମଣ) ନର୍ସିଂହୋମର ୩ୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୨ ନବଜାତକ ସମେତ ୮ ଜଣ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ପଠାଯାଇଛି। ଏବେ ମଧ୍ୟ ୧୫ ଜଣ ନବଜାତକ ତୃତୀୟ ମହଲାରେ ରହିଥିବା ଜଣେ ଚିକିତ୍ସିତ ହେଉଥିବା ଶିଶୁର ଅଭିଭାବକ କହିଛନ୍ତି।

ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ପାଖାପାଖି ଆଇସିୟୁରେ ଥିବା ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇ ସାରିଛି ଓ ଆମ୍ବୁଲାନ୍ସ ସହାୟତାରେ ଏସସିବି ସମେତ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

- Advertisement -

ଇତି ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି କାର୍ଯ୍ୟରେ ତୁରନ୍ତ ଉଦ୍ଧାର ପାଇଁ କଟକ ଜିଲ୍ଲାପାଳ, ଏସସିବି ଅଧିକ୍ଷକ ଓ ଏସିପିଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତେବେ ଅଳ୍ପ କେତେଜଣ ଶିଶୁଙ୍କୁ ଶିଶୁ ଭବନ ପଠାଯାଇଥିବା ବେଳେ ଅନ୍ୟ ଶିଶୁମାନଙ୍କୁ ଅନ୍ୟତ୍ର ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନଥିଲେ ମଧ୍ୟ ରୋଗୀ ସହାୟକଙ୍କ ସୂତ୍ରରୁ ଜଣାପଡିଛି ଯେ ହସପିଟାଲରୁ ଧୂଆଁ ବାହାରିବା ମାତ୍ରେ ବହୁତ ଜୋର ଶବ୍ଦ ହୋଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ, ଉଇଣ୍ଡୋ ଏସି କିମ୍ବା କୌଣସି ବିଦ୍ୟୁତ ଯନ୍ତ୍ରାଂଶ ଫାଟି ଯାଇଥିବା ଅନୁମାନ କରାଯାଉଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories