ଆଜି ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦ ମ୍ୟାଚ, ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଦଳ । ଆଜିର ମ୍ୟାଚ ଜିତି ଭାରତ ସିରିଜ ବିଜୟ ଲକ୍ଷ୍ୟ ରଖିଛି । ସେପଟେ ଜିମ୍ବାୱେ ଆଜିର ମ୍ୟାଚ ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି । ଉଭୟ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମ୍ୟାଚରେ ଭାରତ ପରାଜିତ ହେବା ପରେ ଦ୍ୱିତୀୟ ଓ ତୃତୀୟରେ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା । ଶୁଭମନ ଗିଲ୍‍ଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତିବାକୁ ସମସ୍ତ ପ୍ରୟାସ କରିବ ।

Comments are closed.