ଅନନ୍ତଙ୍କ ହାତ ଧରିଲେ ରାଧିକା: ବିବାହ ବେଳେ ବଚନ ଦେଲେ ଅନନ୍ତ, କହିଲେ ଆମେ କରିବା ସ୍ୱପ୍ନର ଘର…

ସମାଜ ଡିଜିଟାଲ ଡେସ୍କ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ । ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ୧୨ ଜୁଲାଇ (ଶୁକ୍ରବାର)ରେ ରୀତିନୀତି ଅନୁସାରେ ମୁମ୍ବଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ସମ୍ପନ୍ନ ହୋଇଛି । ତିନି ଦିନ ଧରି ବିବାହର ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଥମ ଦିନରେ ଶୁଭ ବିବାହ ହୋଇଥିବା ବେଳେ ଦ୍ୱିତୀୟ ଦି ଜୁଲା ୧୩ରେ ଶୁଭ ଆଶୀର୍ବାଦ ଓ ଜୁଲାଇ ୧୪ରେ ମଙ୍ଗଳ ଉତ୍ସବ ବା ଭୋଜି ଆୟୋଜିତ ହେବ । ବିବାହ ଉତ୍ସବରେ ଅନନ୍ତ ଲାଲ ଓ ସୁନେଲି ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ରାଧିକା ଲାଲ ଓ ଧଳା ରଙ୍ଗର ଲେହଙ୍ଗା ପରିଧାନ କରିଥିଲେ । ପ୍ରାୟ ୫ହଜାର କୋଟି ଟଙ୍କାର ଏହି ବ୍ୟୟବହୁଳ ବିବାହ ଉତ୍ସବରେ ଦେଶ ଓ ବିଦେଣର ନାମୀଦାମୀ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ରାଜନେତା, ହଲିଉଡ ଓ ବଲିଉଡ ଅଭିନେତା, ଅଭିନେତ୍ରୀ ସାମିଲ ହୋଇଥିଲେ ।
ନବ ବିବାହିତ ଅନନ୍ତ-ରାଧିକା ପରସ୍ପରକୁ ୭ଟି ବଚନ ଦେଇଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଉଭୟ ଲିଖିତ ଭାବେ ୭ ବଚନ ଦେଇଛନ୍ତି । ରାଧିକା କହିଛନ୍ତି ଯେ ‘ଆମର ଘର ପ୍ରେମ ଓ ଏକତା ପରିପୂର୍ଣ୍ଣ ହେବ । ସେହିପରି ଅନନ୍ତ କହିଛନ୍ତି ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ‘ଆମେ ଆମର ସ୍ୱପ୍ନର ଘର ତୋଳିବା, ଆମର ଘର କେବଳ ରହିବା ସ୍ଥାନ ହେବ ନାହିଁ ବରଂ ଏହା ଏକ ପ୍ରେମର ପ୍ରତୀକ ପରି ଅନୁଭବ ହେବ ।

Comments are closed.