www.samajalive.in
Saturday, December 6, 2025
17.1 C
Bhubaneswar

ଦ୍ରାବିଡଙ୍କୁ ନେଇ ଏମିତି ବାର୍ତ୍ତା ଦେଲେ ଆନନ୍ଦ ମହିନ୍ଦ୍ରା

ସମାଜ ଡିଜିଟାଲ ଡେସ୍କ: ଭାରତକୁ ଟି-୨୦ ବିଶ୍ଵକପ ଭେଟି ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଟିମ ଇଣ୍ଡିଆର ବିଦାୟୀ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଢେର ପ୍ରଶଂସା କରିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଭାରତ ବିଶ୍ଵକପ ଟାଇଟଲ ବିଜୟୀ ହେବା ପରେ ଦ୍ରାବିଡଙ୍କୁ ବିସିସିଆଇ(ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ) ପାରିଶ୍ରମିକ ବାବଦରେ ଅଢ଼େଇ କୋଟି ଏବଂ ଅତିରିକ୍ତ ବୋନସ ଅଢ଼େଇ କୋଟିକୁ ମିଶାଇ ମୋଟ ୫ କୋଟି ଟଙ୍କା ପାରିଶ୍ରମିକ ଦେଇଥିଲା। କିନ୍ତୁ ଦ୍ରାବିଡଙ୍କ ସହିତ ଥିବା ଅନ୍ୟ ସପୋର୍ଟ ଷ୍ଟାଫମାନଙ୍କୁ ଅଢ଼େଇ କୋଟି ଲେଖାଏ ପାରିଶ୍ରମିକ ମିଳିଥିଲା। ମାତ୍ର ଦ୍ରାବିଡ ଅତିରିକ୍ତ ବୋନସ ଅର୍ଥକୁ ଫେରାଇ ଦେଇଥିଲେ। ସପୋର୍ଟ ଷ୍ଟାଫଙ୍କ ପରି ସେ ବି ଅଢ଼େଇ କୋଟି ଟଙ୍କା ପାରିଶ୍ରମିକ ନେବେ ବୋଲି କହିଥିଲେ। ରାହୁଲଙ୍କ ଏହି ବଦାନ୍ୟତା ପାଇଁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି।

ଏହି କ୍ରମରେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦ୍ରାବିଡଙ୍କ ବଦାନ୍ୟତାର ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ଏହା ହେଉଛି ଜଣେ ମଣିଷର ଚିହ୍ନ, ଯାହାକୁ ଆପଣମାନେ ଏକ ରୋଲ ମଡେଲ ବୋଲି କହିବେ। ଦ୍ରାବିଡ ମୋଟା ଅଙ୍କର ଅର୍ଥ ନେବାକୁ ମନା କରିବା ସହିତ ଅନ୍ୟ କର୍ମଚାରୀଙ୍କ ପରି ସମାନ ପାରିଶ୍ରମିକ ନେବାକୁ କହି ସମସ୍ତ ମାନବ ସମାଜ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଦ୍ରାବିଡଙ୍କୁ ‘ପ୍ରକୃତ ଜୀବନ୍ତ କିମ୍ବନ୍ଦନ୍ତୀ’ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories